fbpx

ପ୍ରିୟଦର୍ଶିନୀ ମର୍ଡର ମିଷ୍ଟ୍ରି: ଅଭିଯୁକ୍ତ ଜଗନ୍ନାଥଙ୍କୁ ଚାଲିଛି ଜେରା, ଫିଟିବ ଗୁମର ଆଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଦର୍ଶିନୀ ହତ୍ୟାକାଣ୍ଡର ଗୁମର ଫିଟିବ ଆଜି । ପୂର୍ବରୁ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଅସୁସ୍ଥ ଥିବାରୁ ତାଙ୍କୁୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ସୁସ୍ଥ ହେବା ପରେ ଆଜି ତାକୁ ଜେରା କରୁଛି ଏୟାରଫିଲ୍ଡ ଥାନା ପୋଲିସ । ଜେରା ପରେ ଜଗନ୍ନାଥଙ୍କୁ କୋର୍ଟରେ ହାଜର କରାଯିବ । ତେବେ ଏହି ଅବସରରେ ଜଗନ୍ନାଥର କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ତା’ର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି ।

ଗତ ୫ ତାରିଖରେ ପ୍ରିୟଦର୍ଶିନୀଙ୍କୁ ତାଙ୍କ ଘର ଭିତରେ ଜଗନ୍ନାଥ ହତ୍ୟା କରିବା ପରେ ତାଙ୍କ ସ୍ୱାମୀ ରାକେଶ ସାହୁଙ୍କୁ ଭିଡିଓ କଲା କରିଥିଲା । ରାକେଶ ଭିଡିଓ କଲରେ ସ୍ତ୍ରୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଦେଖିବା ପରେ ସଙ୍ଗେସଙ୍ଗେ ଘର ମାଲିକଙ୍କୁ ଅବଗତ କରାଇଥିଲେ । ପ୍ରିୟଦର୍ଶିନୀଙ୍କ ବେକ କଟାଯାଇ ହତ୍ୟା କରାଯାଇଥିବା ଏୟାରଫିଲ୍ଡ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମର ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ତେବେ ହତ୍ୟା କରିବା ପରେ ଜଗନ୍ନାଥ ନିଜେ ବିଷ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ରାକେଶ ଓ ପ୍ରିୟଦର୍ଶିନୀ ନିଜ ୩ ବର୍ଷର ପୁଅ ସହ ହସଖୁସିରେ ଜୀବନ ବିତାଉଥିବା ବେଳେ ହଠାତ୍ ତାଙ୍କ ଜୀବନରେ ଏକ ଭିନ୍ନ ମୋଡ଼ ଆସିଥିଲା । ତେବେ ଜଗନ୍ନାଥ ସେହିଦିନ ଠାରୁ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବାରୁ ତାଙ୍କୁ ଜେରା ସମ୍ଭବ ହୋଇପାରୁ ନଥିଲା । କିଛିଦିନ ତଳେ ତା’ର ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.