fbpx

ଲକ୍-ଡାଉନ୍ ନିୟମ ଭାଙ୍ଗିବାରୁ ହେଲେ ‘କୁମ୍ଭୀର’, ରାସ୍ତାରେ ପହଁରିବାର ମିଳିଲା ଦଣ୍ଡ

Advertisement

ବିହାରର ଗୋପାଳଗଞ୍ଜରେ ଲକ୍-ଡାଉନ ସମୟରେ ବାହାରକୁ ବୁଲିବାକୁ ଆସୁଥିବା ଲୋକଙ୍କୁ ଶିକ୍ଷା ଦେବା ପାଇଁ ପୋଲିସ ଓ ସାମରିକ ବାହିନୀମାନେ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁଛନ୍ତି । ଏହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲକ୍-ଡାଉନରେ ଗୁରୁବାର ଦିନ ଟ୍ରକ୍, କାର ଓ ବାଇକରେ ଆସିଥିବା ଲୋକାମାନେ ବୁଲୁଥିବାର ଦେଖିବାକୁ ମିଳିଥିଲା । ସେମାନଙ୍କୁ ଉଠ-ବସ୍ ହେବାକୁ କହିବା ସହ ରାସ୍ତାରେ କୁମ୍ଭୀର ହେବାକୁ କହିଥିଲା ପୋଲିସ ।

ପୋଲିସଙ୍କ ନିର୍ଦ୍ଦେଶରେ ଜଣେ ଟ୍ରକ ଡାଇଭର ପ୍ରବଳ ସୂର୍ଯ୍ୟ କିରଣରେ ରାସ୍ତା ଉପରେ କୁମ୍ଭୀର ପରି ପହଁରୁଥିବା ଦେଖିବାକୁ ମିଳିଥିଲା । ପାରାମିଲିଟାରୀର ଯବାନ ମଧ୍ୟ ଡ୍ରାଇଭରକୁ କୁମ୍ଭୀର ପରି ହେବାକୁ ପାଇଁ ମାଧ୍ୟ କରୁଥିଲେ । ଏହି ଦୃଶ୍ୟ ଗୋପାଳଗଞ୍ଜ ସହରର ଆମ୍ବେଦକର ଚୌକର ବୋଲି ଜଣାପଡିଛି । ସେଠାରେ ପୋଲିସ ଗୁରୁବାର ଦିନ କାହାକୁ ଉଠ-ବସ କରାଇଥିଲା ତ ଆଉ କାହାକୁ କୁକୁଡା ପରି କରିବା ପରେ ଚେତାବନୀ ଦେଇ ଘରକୁ ପଠାଇଥିଲା ।

Get real time updates directly on you device, subscribe now.