fbpx

ଟ୍ରମ୍ପଙ୍କ ସମାଲୋଚନା ପରେ କୋଭିଡ୍‌-୧୯ ମୃତ୍ୟୁସଂଖ୍ୟା ବଢ଼ାଇଲା ଚୀନ୍‌

ବେଜିଂ, ୧୬ା୪: କିଲର କରୋନା ଭାଇରସଜନିତ ମୃତ୍ୟୁସଂଖ୍ୟା ଚୀନ୍ ଲୁଚାଇଥିବା ଅଭିଯୋଗ ଆଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ସମାଲୋଚନା କରିଥିଲେ । ଏପରିକି ଏହି କାରଣକୁ ନେଇ ବିଶ୍ୱର ଅନେକ ରାଷ୍ଟ୍ର ମଧ୍ୟ ଚୀନ୍‌କୁ ସମାଲୋଚନା କରିଛନ୍ତି । ଏହାପରେ ଚୀନ୍ ବାଧ୍ୟହୋଇ ବୁହାନରେ କରୋନାଜନିତ ମୃତ୍ୟୁସଂଖ୍ୟା ଡାଟାରେ ୫୦ ପ୍ରତିଶତ ବୃଦ୍ଧି କରିଛି । ଚୀନ୍‌ର ସକାରୀ ସମାଚାର ପତ୍ର ଗ୍ଲୋବାଲ୍ ଟାଇମ୍ସ ପକ୍ଷରୁ ଦର୍ଶାଯାଇଛି ଯେ, କରୋନା ଭାଇରସ୍ ଫଳରେ ବୁହାନରେ ଏ ପର୍ଯ୍ୟନ୍ତ ୩୮୬୯ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ପୂର୍ବରୁ ୧୨୯୦ ବୋଲି ଦର୍ଶାଯାଇଥିଲା । ବୁହାନ ସହରରେ ଆକ୍ରାନ୍ତଙ୍କ ମଧ୍ୟରୁ ୫.୮ ପ୍ରତିଶତଙ୍କ ମୃତ୍ୟୁ ହୋଇଛି ବୋଲି ପୂର୍ବରୁ ଦର୍ଶାଯାଇଥିବା ବେଳେ ଏବେ ଏହି ସଂଖ୍ୟା ୭.୭ ପ୍ରତିଶତକୁ ସଂଶୋଧନ କରାଯାଇଛି । ପ୍ରକାଶଯୋଗ୍ୟ, କରୋନା ଭାଇରସ୍ ଚୀନର ବୁହାନରୁ ଆରମ୍ଭ ହୋଇ ଏବେ ବିଶ୍ୱର ପ୍ରାୟ ୧୯୫ଟି ଦେଶକୁ ବ୍ୟାପି ଆତଙ୍କ ସୃଷ୍ଟି କରିଛି । ବୁହାନରେ କୋଭିଡ୍‌-୧୯ ମୃତ୍ୟୁସଂଖ୍ୟାକୁ ନେଇ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ସମାଲୋଚନା କରିଥିଲେ । ଏହି ମାମଲାରେ ଚୀନ୍ ତଥ୍ୟ ଲୁଚାଉଛି ଏବଂ ସତ୍ୟ ପ୍ରକାଶ କରୁନାହିଁ । ଚୀନର ପ୍ରୟୋଗଶାଳାରୁ କରୋନା ଭାଇରସର ଉତ୍ପତି ହୋଇଛି କି ନାହିଁ ତାହାର ଯାଞ୍ଚ ହେବା ଆବଶ୍ୟକ ବୋଲି ଡୋନାଲ୍ଡ ଟ୍ରମ୍ପ କହିଥିଲେ ।

Get real time updates directly on you device, subscribe now.