fbpx

ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ

ମାଲକାନଗିରି, ୨୭ ।୧୦ (ଓଡିଶା ଭାସ୍କର) : ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟ ଏବେ ସୁଦ୍ଧା ଚାଲିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ। ସୂଚନା ଅନୁଯାୟୀ ଆଜି ସକାଳୁ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳର ଜୁମଡାଙ୍ଗ ଗ୍ରାମ ନିକଟରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା । ତେବେ ଏହାପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ମଧ୍ୟ ଜାରି ରହିଥିବା ଜଣା ପଡିଛି। ମାଓବାଦୀ ମାନେ ଜୁମଡାଙ୍ଗ ଅଞ୍ଚଳରେ କିଛି ଗାଡି ପୋଡ଼ିଦେଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଏନେଇ ପୋଲିସ ପକ୍ଷରୁ ବର୍ତ୍ତମାନ ଶୁଦ୍ଧା କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

Get real time updates directly on you device, subscribe now.