fbpx
BJD SKY
BJD SKY

ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଲେ ପୋଲିସ ବାବୁ; ପରିସ୍ରା ପିଇବାକୁ ବାଧ୍ୟ ହେଲେ ଅଭିଯୁକ୍ତ

BJD

ନୂଆଦିଲ୍ଲୀ: ଭାରତର ଥାନାଗୁଡ଼ିକରେ ପୁଲିସ ହେପାଜତରେ ମୃତ୍ୟୁ ହେଉ କିମ୍ବା ଅନ୍ୟ କୌଣସି ଅଭିଯୁକ୍ତ ସହ ଖରାପ ବ୍ୟବହାର ହେଉ, ଅନେକ ସମୟରେ ମାମଲା ଚର୍ଚ୍ଚାର ବିଷୟ ପାଲଟିଥାଏ। କିନ୍ତୁ ଆମେରିକାରେ ମିସିସିପି ଥାନାରେ ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି। କାର୍ଯ୍ୟରତ ଜଣେ ଅଧିକାରୀ ଜଣେ ଅଭିଯୁକ୍ତକୁ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ପରିସ୍ରା ପିଇବାକୁ ବାଧ୍ୟ କରିଥିଲେ। ସୂଚନା ଅନୁସାରେ ମିସିସିପିର ପୂର୍ବତନ ପୋଲିସ ଅଧିକାରୀ ମାଇକେଲ ଖ୍ରୀଷ୍ଟିଆନ ଗ୍ରୀନ ହେପାଜତରେ ଥିବା ଜଣେ ଅଭିଯୁକ୍ତଙ୍କୁ ପରିସ୍ରା ପିଇବାକୁ ବାଧ୍ୟ କରିଥିଲେ। ଯଦି ସେ ନ ପିଅନ୍ତି ତେବେ ତାଙ୍କୁ ଫସାଇ ଜୀବନ ସାରା ଜେଲରେ ରଖିବାର ଧମକ ଦେଇଥିଲେ । ପୀଡ଼ିତଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ ଏହି ଦୁର୍ଦ୍ଦାନ୍ତ ପୋଲିସ କର୍ମଚାରୀ। ପୀଡ଼ିତ ଏ କଥା ତାଙ୍କ ଓକିଲଙ୍କୁ ଜଣାଇବା ପରେ ଘଟଣା ପଦାକୁ ଆସିଥିଲା।

ପର୍ଲ ସହରର ପୋଲିସ ବିଭାଗରେ କାର୍ଯ୍ୟରତ ଏହି ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆସିଛି। ଗତବର୍ଷ ଡିସେମ୍ବର ୨୩, ୨୦୨୩ରେ ଏହି ଘଟଣା ଘଟିଥିଲା। ପୀଡ଼ିତ ଏକ କ୍ଲବରେ ଥିଲେ। ପୋଲିସ ତାଙ୍କୁ ଥାନାକୁ ନେଇଥିଲା। ଏହାପରେ ସେ ଲକ୍ ଅପ୍ ରେ ଥିଲାବେଳେ ପରିସ୍ରା କରିବା ବିଷୟରେ ପୋଲିସ କର୍ମଚାରୀଙ୍କୁ କହିଥିଲେ। ଲକ୍ ଅପ୍ ରେ ବନ୍ଦ ଥିବା ଅଭିଯୁକ୍ତଙ୍କ କଥା ପୋଲିସ ଶୁଣିନଥିଲା। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ସେ କିପରି ପୋଲିସକୁ ଅନୁରୋଧ କରୁଛନ୍ତି, କିନ୍ତୁ ଉତ୍ତର ନ ମିଳିବାରୁ ସେ ସେଠାରେ ଏକ କୋଣରେ ପରିସ୍ରା କରିଥିଲେ। ମାଇକେଲ ଖ୍ରୀଷ୍ଟିଆନ ଗ୍ରୀନ ଏ ବିଷୟରେ ଜାଣିବା ପରେ ଗିରଫ ବ୍ୟକ୍ତିଙ୍କୁ ପରିସ୍ରା ଚାଟିବା ଏବଂ ପରେ ପୋଷାକରେ ପୋଛିବାକୁ କହିଥିଲେ।

 

Get real time updates directly on you device, subscribe now.