fbpx

ବର୍ଷା ପ୍ରିୟଦର୍ଶନୀଙ୍କୁ ମିଳିଲା ପୋଲିସ ସୁରକ୍ଷା

କଟକ,୮ ।୯(ଓଡିଶା ଭାସ୍କର): ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ଘରୋଇଇ ହିଂସାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଲାଗିରହିଛି । ଅନୁଭବଙ୍କ ଘରେ ବର୍ଷାଙ୍କ ଭିଡିଓଗ୍ରାଫ ପ୍ରସଙ୍ଗରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ଲିଖିତ ଅଭିଯୋଗ କରି ସୁରକ୍ଷା ମାଗିବା ପରେ ବର୍ଷାଙ୍କୁ ମିଳିଛି ପୋଲିସ ସୁରକ୍ଷା । ଅନୁଭବଙ୍କ ଘରେ ଜଣେ ପୋଲିସ କର୍ମୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଏନେଇ କମିସରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ଷା ପ୍ରିୟଦର୍ଶନୀ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ ।୨ ଯୁବକ ଭିଡିଓ କରିବା ପରେ ବର୍ଷା ଏହି ପଦକ୍ଷେପ ନେଇଥିଲେ । ବର୍ଷାଙ୍କ ଓକିଲଙ୍କ ପକ୍ଷରୁ ପୁରୀଘାଟେ ଥାନାରେ ଆବେଦନ କରାଯାଇଥିଲା ।

Get real time updates directly on you device, subscribe now.