fbpx
BJD SKY
BJD SKY

ସୌମ୍ୟଙ୍କୁ ପ୍ରଥମେ ଅଚେତ କରାଯାଇ ପରେ ହତ୍ୟା କରାଯାଇଛି! ବିଦ୍ୟାଭାରତୀଙ୍କୁ ଜେରା ପାଇଁ ଗଲା ୬ ଜଣିଆ ଟିମ୍

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟୁନାହିଁ । ତେବେ ଆଜି ପୋଲିସର ଏକ ୬ ଜଣିଆ ଟିମ୍ ବାଲେଶ୍ୱର ଓ ମୟୂରଭଞ୍ଜ ଯାଇଥିବା ଜଣାପଡ଼ିଛି । ଘଟଣାକୁ ପ୍ରାୟ ଏକ ସପ୍ତାହ ପୂରି ଯାଇଥିଲେ ହେଁ ସୌମ୍ୟଙ୍କ ପତ୍ନୀଙ୍କୁ ବର୍ତ୍ତମାନ ସୁଦ୍ଧା ଜେରା କରାଯାଇନାହିଁ । ତେଣୁ ଆଜି ପୋଲିସର ଏକ ୬ ଜଣିଆ ଟିମ୍ ବିଦ୍ୟାଭାରତୀଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି ।

ତେବେ ଏହି ଘଟଣାରେ ସୌମ୍ୟଙ୍କ ମାଆ ଓ ଭାଇଙ୍କ ବୟାନ କିଛି ଗୁମର ଖୋଲିଛି । ତାଙ୍କର ଭାଇ କହିଛନ୍ତି ଯେ, ସୌମ୍ୟଙ୍କୁ ପ୍ରଥମେ ଅଚେତ କରିବା ପରେ ପୋଡ଼ି ହତ୍ୟା କରାଯାଇଛି । ଜଣଙ୍କର ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ପୋଲିସ କିଭଳି ମୃତ୍ୟୁକାଳୀନ ଜମାନବନ୍ଦୀ ନେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତାଙ୍କ ମାଆ କହିଛନ୍ତି ଯେ, ଦୁହେଁ ବାହା ହୋଇଥିଲେ ହେଁ ସେମାନଙ୍କ ମଧ୍ୟରେ ପତି-ପତ୍ନୀର କୌଣସି ସମ୍ପର୍କ ନଥିଲା । ବିଦ୍ୟାଭାରତୀ ଡିଏଫଓଙ୍କୁ ଭଲ ପାଉଥିଲା । ତେଣୁ ପୁଅ ମୃତ୍ୟୁ ପରେ ବୋହୂ ସମସ୍ତ ସମ୍ପତ୍ତିର ଅଧିକାରିଣୀ ହେବ ବୋଲି କାରସାଦି କରି ସୌମ୍ୟଙ୍କ ସହ ଏଗ୍ରିମେଣ୍ଟ କରିଥିଲା । ପୁଅର ଟ୍ରାନ୍ସଫର ହୋଇଯାଇଥିବା ଜାଣି ବୋହୂ ଘରର ସମସ୍ତ ଜିନିଷ ହଡ଼ପ କରିନେଇଛି । ଦିନେ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ବୋହୂ ଶଙ୍ଖା, ସିନ୍ଦୁର କାଢ଼ି କେଉଁଆଡ଼େ ଚାଲିଯାଇଥିଲା । ପରେ ବହୁତ ଖୋଜାଖୋଜି ପରେ ସେ ଡିଏଫଓଙ୍କ ବାସଭବନରୁ ମିଳିଥିଲା ବୋଲି ସୌମ୍ୟଙ୍କ ମାଆ କହିଛନ୍ତି ।

ତେବେ ଆଜି ସୌମ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପୋଲିସର ଏକ ୬ ଜଣିଆ ଟିମ୍ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ପହଞ୍ଚିଥିଲା । ପୋଲିସ ସୌମ୍ୟଙ୍କ ମାଆ, ମାଇଁ ଓ ଅନ୍ୟ ସଂପର୍କୀୟଙ୍କୁ ଜେରା କରିବ । ଏହାପରେ ଟିମ୍ ମୟୂରଭଞ୍ଜର କପ୍ତିପଦାରେ ଥିବା ବିଦ୍ୟାଭାରତୀଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା କରିବ । ତେବେ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ବିଭିନ୍ନ ମହଲରୁ ଚାପ ପଡ଼ୁଥିବାରୁ ଆଉ ଏକ ଟିମ୍ ପାରଳାଖେମୁଣ୍ଡି ସ୍ଥିତ ଡିଏଫଓଙ୍କ କାର୍ଯ୍ୟାଳୟକୁ ଯିବ ବୋଲି ଜଣାପଡ଼ିଛି।

Get real time updates directly on you device, subscribe now.