fbpx

ଏହି IPSଙ୍କ ନାଁ ଶୁଣିଲେ ଭୟରେ ଥରହର ହୁଅନ୍ତି ଅପରାଧୀ, ବଲିଉଡରେ ବି କରିଛନ୍ତି କାମ

ଖାକି ପୋଷାକ ପିନ୍ଧିଥିବା ଟପ୍ ଲେବଲ ପୋଲିସ ଅଧିକାରୀମାନଙ୍କୁ ଫିଲ୍ମରେ କାମ କରିବା ବଡ଼ ଚ୍ୟାଲେଞ୍ଚର କାମ ବୋଲଇ ସାବ୍ୟସ୍ତ ହୋଇଥାଏ । କିନ୍ତୁ IPS ଅଧିକାରୀ ସିମାଲା ପ୍ରସାଦ ଏପରି କରି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଗୋଟିଏ ପଟେ ଅପରାଧୀମାନେ ସିମାଲାଙ୍କ ନାଁ ଶୁଣିରେ ଭୟଭୀତ ହୁଅନ୍ତି ତ ଅନ୍ୟପଟେ ତାଙ୍କୁ ବଲିଉଡ ଫିଲ୍ମରେ କାମ କରୁଥିବା ଦେଖିବାକୁ ମିଳିଛି ।

ଜଣାପଡିଛି ଯେ ସିମାଲାଙ୍କୁ ପିଲାବେଳୁ ଡ୍ୟାନ୍ସ ଓ ଅଭିନୟରେ ରୁଚି ଥିଲା । ସେ ସ୍କୁଲରେ ଡ୍ୟାନ୍ସ ଓ ଅଭିନୟରେ ସବୁବେଳେ ଆଗରେ ରହୁଥିଲେ । ଏହା ସହ ସେ ପାଠପଢ଼ାରେ ବି ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରୁଥିଲେ । ବିନା କୋଚିଂରେ କେବଳ ସେଲ୍ଫ ଷ୍ଟଡୀ ମାଧ୍ୟମରେ ସେ IPS ଅଫିସର ହେବାକୁ ସକ୍ଷମ ହୋଇଥିଲେ ।

ସିମାଲାଙ୍କୁ ଏକ ଦବଙ୍ଗ ଅଫିସର କୁହାଯାଉଥିବା ବେଳେ ଅପରାଧୀମାନେ ତାଙ୍କ ନାଁ ଶୁଣି ଭୟଭୀତ ହୁଅନ୍ତିି । ମଧ୍ୟପ୍ରଦେଶର ଇନ୍ଦୌରରେ ପୋଷ୍ଟିଂ ସମୟରେ ସେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ ଓ ମାଓ ପ୍ରଭାବିତ ଅଞ୍ଚଳରେ ବି ଭୟ ସୃଷ୍ଟି କରିଥିଲେ । ଏବେ ସିମାଲା ପ୍ରସାଦ ମଧ୍ୟପ୍ରଦେଶର ବୈତୁଲରେ SP ଭାବେ କାର୍ଯ୍ୟରତ ଅଛନ୍ତି ।

ନିର୍ଦ୍ଦେଶକ ଜୈଗନ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ସିମାଲାଙ୍କ ସହ ଭେଟ ହୋଇଥିଲେ । ସିମାଲାଙ୍କ ସୌନ୍ଦର୍ଯ୍ୟ ଓ ଠାଣିକୁ ଦେଖି ନିର୍ଦ୍ଦେଶକ ତାଙ୍କୁ ନିଜର ଆଗାମୀ ଫିଲ୍ମ ‘Alif’ରେ ସୁଟିଂ ପାଇଁ ଅଫର ଦେଇଥିଲେ । ପରେ ସିମାଲା ‘ଅଲିଫ’ରେ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହା ପରେ ୨୦୧୯ରେ ‘Nakkash’ରେ ସିମାଲା ଏକ ସାମ୍ବାଦିକ ଭାବେ ଅଭିନୟ କରିଥିଲେ ।

Get real time updates directly on you device, subscribe now.