fbpx

ରାଜନୈତିକ ଶତ୍ରୁତା ନେଲା ଭୟଙ୍କର ରୂପ: ବୋମାମାଡ଼ରେ ୮ ଆହତ

ନୟାଗଡ଼: ଦେଶରେ ଆସନ୍ତା ବର୍ଷ ପାଇଁ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଛି । ତେବେ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖାଯାଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଆଜି ନୟାଗଡ଼ ଜିଲ୍ଲାରେ ବୋମାମାଡ଼ କରାଯାଇଥିବା ଅଭିଯୋଗ କରାଯାଇଛି । ଏଥିରେ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ଥିବା ସୂଚନା ମିଳିଛି ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୁମ୍ଭାରପଡ଼ା ଗ୍ରାମରେ ଆଜି ଏହି ବୋମାମାଡ଼ ହୋଇଛି । ତେବେ ଏହି ବୋମାମାଡ଼ ରାଜନୈତିକ ଶତ୍ରୁତାକୁ ଭିତ୍ତି କରି କରାଯାଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ସହ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି ।

ତେବେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏଥି ସହିତ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୁଲିସ ଫେର୍ସ ମୁତୟନ କରାଯାଇଛି । ଆଗାମୀ ଦିନରେ ଏଭଳି ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ଅଧିକ ମାତ୍ରାରେ ସଜାଗ ରହିବା ନେଇ ଜନସାଧାରଣରେ ମତପ୍ରକାଶ ପାଇଛି ।

Get real time updates directly on you device, subscribe now.