fbpx
BJD SKY
BJD SKY

ଭାଙ୍ଗିନାହାନ୍ତି ପରମ୍ପରା, ଏଥର ବି ଯବାନଙ୍କ ସହ ଦିୱାଲି ମନାଇଲେ ପ୍ରଧାନମନ୍ତ୍ରୀ

BJD

ନୂଆଦିଲ୍ଲୀ: ଗତ ୮ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ରବିବାର ସକାଳେ ସେ ଯବାନଙ୍କ ସହ ଦୀପାବଳି ପାଳନ କରିବା ଲାଗି ହିମାଚଳ ପ୍ରଦେଶର ଲେପଚା ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଏ ବିଷୟରେ ସୂଚନା ଦେଇ ଲେଖିଛନ୍ତି, ଆମ ଦେଶର ବାହାଦୂର ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଲିବା ଲାଗି ହିମାଚଳ ପ୍ରଦେଶ ଲେପଚା ଆସିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଗତ ୯ ବର୍ଷ ଧରି ସେ ସେନାଙ୍କ ସହ ଦୀପାବଳି ପାଳି ଆସୁଛନ୍ତି । ୨୦୧୪ରୁ କ୍ଷମତାକୁ ଆସିବା ପରଠାରୁ ସେ ଦୀପାବଳି ପାଳନ କରିବା ଲାଗି ସେନା କ୍ୟାମ୍ପ ଆସିଥାନ୍ତି ।

Get real time updates directly on you device, subscribe now.