fbpx
BJD SKY
BJD SKY

ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ଢିଙ୍କିଆରେ ଉତ୍ତେଜନା: ପୋଲିସ ଅସ୍ଥାୟୀ କ୍ୟାମ୍ପ ନିକଟକୁ ଧସେଇ ପଶିଲେ ଗ୍ରାମବାସୀ

BJD

ପାରାଦୀପ: ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ଢିଙ୍କିଆରେ ଉତ୍ତେଜନା । ପାଟଣା ହାଟ ଠାରେ ଥିବା ପୋଲିସ କ୍ୟାମ୍ପ ନିକଟକୁ ଧସେଇ ପଶିଲେ ଗ୍ରାମବାସୀ କ୍ଷ ଗୋଟିଏ ପଟେ ସୀମାନିର୍ଦ୍ଧାରଣକୁ ନେଇ ଗ୍ରାମବାସୀ ପ୍ରଶାସନକୁ ବିରୋଧ କରୁଥିବା ବେଳେ ଢ଼ିଙ୍କିଆ ଗ୍ରାମରେ ପୋଲିସ ତରଫରୁ ବିରୋଧୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ଦାଦା ଓ ଭଉଣୀକୁ ଗିରଫ କରିବା ଘଟଣାକୁ ନେଇ ଢ଼ିଙ୍କିଆ ଗ୍ରାମରେ ଉତ୍ତେଜନା ଲାଗିରହିଛି କ୍ଷ

ଉତ୍ୟକ୍ତ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗିରହିଛି କ୍ଷ ଢ଼ିଙ୍କିଆ ଗ୍ରାମ ଓ ପାଟଣା ହାଟ ମଝିରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହିତ ଢେଲା ପଥର ମାଡ଼ ସ୍ଥାନୀୟ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି କ୍ଷ ଗୋଟିଏ ପଟେ ଗ୍ରାମବାସୀ ଢ଼ିଙ୍କିଆ ଗ୍ରାମ ପଟୁ ପଥର ମାଡ଼ କରୁଥିବା ସମୟରେ ଅନ୍ୟପଟୁ ପାଟଣା ହାଟ ପଟରୁ ପୋଲିସ ତରଫରୁ ଢେଲା ମାଡ଼ ସ୍ଥାନୀୟ ଅଞ୍ଚଳରେ ରଣକ୍ଷେତ୍ର ପାଲଟିଥିବା ବେଳେ ପରିସ୍ଥିତି ଉତ୍ତେଜନା ପୁର୍ଣ୍ଣ ରହିଛି କ୍ଷ ପୋଲିସ ଓ ଗ୍ରାମବାସୀ ଛକପଞ୍ଝା ସ୍ଥିତିରେ ରହିଥିବାରୁ ପରିସ୍ଥିତି ଉତ୍ତେଜନା ପ୍ରବଣ ହୋଇପଡିଛି ।

Get real time updates directly on you device, subscribe now.