fbpx

ଜୋସ ବଟଲରଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବ୍ୟର୍ଥ: ଆଡିଲେଡ୍ କବଜା କଲା କଙ୍ଗାରୁ, ୨-୦ରେ ଆଗୁଆ

ନୂଆଦିଲ୍ଳୀ: ୱିକେଟ କିପର ଜୋସ ବଟଲରଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଇଂଲଣ୍ଡକୁ ମାତ ଦେଇଛି ଅଷ୍ଟ୍ରେଲିଆ । ୨୭୫ ରନର ବିଜୟ ସହିତ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ରହିଛି । ୫ମ୍ୟାଚ ବିଶିଷ୍ଟ ଆଶେଷର ପରବର୍ତ୍ତୀ ମୁକାବିଲା ବକ୍ସିଂ ଡେ ଟେଷ୍ଟରେ ମେଲବର୍ଣ୍ଣ ଠାରେ ଖେଳାଯିବ । ଏହା ସହିତ କ୍ରମାଗତ ୯ମ ଦିବାରାତ୍ର ଟେଷ୍ଟରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ୮୨ ରନରେ ୪ ୱିକେଟ ହରାଇଥିବା ବେଳେ ଅନ୍ତିମ ଦିନରେ ବିଜୟ ପାଇଁ ୪୧୬ ରନ ଆବଶ୍ୟକ ଥିଲା । ପରାଜୟ ଔପଚାରିକତା ଥିଲେ ହେଁ ଲଢେଇ ଜାରି ରଖିଥିଲେ ୱିିକେଟ କିପର ଜୋସ ବଟଲର ।

ବଟଲର ମାତ୍ର ୨୬ ରନ କରିଥିଲେ ହେଁ ଖେଳିଥିଲେ ୨୦୭ ବଲ୍ । ଅଷ୍ଟ୍ରେଲୀୟ ବୋଲରଙ୍କ ସାମ୍ନାରେ ଏକ ଅଭେଦ୍ୟ ପ୍ରାଚୀର ଭଳି ଛିଡା ହୋଇଥିଲେ ହେଁ ଦୁର୍ଭାଗ୍ୟପୂର୍ଣ୍ଣ ଢଙ୍ଗରେ ହିଟ୍ ୱିକେଟ ହୋଇଥିଲେ । ମ୍ୟାଚ ଅନ୍ତିମ ସେସନକୁ ଯାଇଥିବା ବେଳେ ୯ମ ବ୍ୟାଟ୍ସମ୍ୟାନ ଭାବରେ ପ୍ୟାଭିଲିୟନ ଫେରିଥିଲେ ଜୋସ ବଟଲର । ଝାଇ ରିଚାର୍ଡସନଙ୍କ ଏକ ବଲକୁ ବ୍ୟାକଫୁଟ ପଞ୍ଚ ଖେଳୁଥିବା ବେଳେ ଷ୍ଟମ୍ପ ଉପରେ ପଡିଥିଲା ବଟଲରଙ୍କ ଗୋଡ । ବଟଲର ସିଙ୍ଗିଲ ଚୋରାଇବାକୁ ପ୍ରୟାସ କରୁଥିବା ବେଳେ ଅଷ୍ଟ୍ରେଲୀୟ ଖେଳାଳି ସେଲିବ୍ରେଟ କରୁଥିଲେ ।

Get real time updates directly on you device, subscribe now.