fbpx

ମାତ୍ର ୬୦୦ଟଙ୍କାରେ ଘରକୁ ଆଣନ୍ତୁ ଏହି ଯନ୍ତ୍ର, ଦେଖନ୍ତୁ କିପରି ଆପଣଙ୍କ ବାଲ୍‌ଟି ପାଲଟିଯିବ ୱାଶିଂ ମେସିନ୍‌

ନୂଆଦିଲ୍ଲୀ: ଭାରତର ଅଧିକାଂଶ ରାଜ୍ୟରେ ଏବେ ଜୋରଦାର ଥଣ୍ଡା ଅନୁଭୂତ ହେଉଛି । ଏହି କାରଣରୁ ବହୁ ଲୋକ ବିଭିନ୍ନ ଘରୋଇ କାମ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କ୍ରମରେ ଆମେ ଆପଣଙ୍କୁ ଏପରି ଏକ ଯନ୍ତ୍ର ବିଷୟରେ କହିବୁ ଯାହା ଆପଣଙ୍କ ଲାଗି ଏହି ଥଣ୍ଡାରେ ବେଶ୍ କାମରେ ଆସିବ । ଏହାକୁ ଆପଣ ପୋର୍ଟେବଲ ୱାଶିଂ ମେସିନ ବି କହିପାରିବେ । ଏହି ଯନ୍ତ୍ରକୁ ଆପଣ କୌଣସି ବାଲ୍‌ଟିରେ ପକାଇ ତାହାକୁ ୱାଶିଂ ମେସିନ୍ କରିପାରିବେ । ଏହାର ଦାମ୍ ମାତ୍ର ୬୦୦ଟଙ୍କା ଅଟେ । ଏହାକୁ ଘରେ ବସି ବି ଅନଲାଇନରେ ମଗାଇ ପାରିବେ ।

ଏହି ଯନ୍ତ୍ର ଏକ ମିନି ଇଲେକ୍ଟ୍ରିକ୍ ଟରବାଇନ ଅଟେ ଯାହା ପାଣିକୁ ଗୋଳାଇବାର କାମ କରିଥାଏ ଯେପରି ଏକ ୱାଶିଂମେସିନରେ ହୋଇଥାଏ । ଏହାଦ୍ୱାରା କପଡା ଭଲ ଭାବରେ ସଫା ହୋଇଯାଏ । ଏହା ସାହାଯ୍ୟରେ ଆପଣ କୌଣସି ବି ବାଲ୍‌ଟିକୁ ୱାଶିଂ ମେସିନ୍ କରିଦେଇପାରିବେ । ଶୀତଦିନେ ବହୁ ଲୋକଙ୍କୁ ପାଣି ଛୁଇଁବାକୁ ଭୟ ଲାଗିଥାଏ । ଏପରି ସ୍ଥିତିରେ ଏହି ପୋର୍ଟେବଲ ୱାଶିଂ ମେସିନ ସେମାନଙ୍କ କାମରେ ଆସିବ ।

Get real time updates directly on you device, subscribe now.