fbpx
BJD
BJD SKY
BJD SKY

VSSUT ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ: ସାମ୍ନାକୁ ଆସିଲା ପୋଷ୍ଟ ମର୍ଟମ ରିପୋର୍ଟ, କେମିତି ହୋଇଥିଲା ମୃତ୍ୟୁ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୨ ଦିନି ବିତିଯାଇଥିବା ବେଳେ ଘଟଣାଟି ଏବେ ବି ରହସ୍ୟ ଘେରରେ ରହିଛି । ପ୍ରଥମେ ଚିନ୍ମୟୀଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲେ ହେଁ ପରେ ପରିବାର ସଦସ୍ୟ ଆଣିଥିଲେ ବଡ଼ ଅଭିଯୋଗ । ଚିନ୍ମୟୀଙ୍କ ବେକରେ ଦାଗ ରହିଥିବା ବେଳେ ବେକରୁ ଚେନ୍ ଗାଏବ୍ ହୋଇଯାଇଥିଲା । ତେଣୁ ହତ୍ୟା ପଛରେ କିଛି ଯୁବକଙ୍କ ହାତ ଥିବା ପରିବାର ବର୍ଗ ଅଭିଯୋଗ କରିଥିଲେ ।

ତେବେ ଏହା ମଧ୍ୟରେ ଚିନ୍ମୟୀଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଚିନ୍ମୟୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କ ସହିତ ଅନ୍ୟ ଜଣଙ୍କୁ ପୋଲିସ ଅଟକ ରଖିଛି । ଏହି ଘଟଣାର ତଦନ୍ତ ପାଇଁ ଏସପିଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମରେ ଫରେନସିକ୍ ଏକ୍ସପର୍ଟଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି ।

ତେବେ ପୋଲିସ ମୁତାବକ, ଏହି ଟିମ୍ ଚିନ୍ମୟୀଙ୍କର ପୁରୁଷବନ୍ଧୁ ଓ ତାଙ୍କ ସାଙ୍ଗସାଥୀ, ଭିସୁଟ୍ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରକୁ ଆଣିବ । ସେମାନେ ସମସ୍ତେ ଗତ ମାସ ୨୮ ତାରିଖରେ ଭିସୁଟରେ ପହଞ୍ଚିବା ପରେ ଗତିବିଧି କିପରି ଥିଲା ତାହାକୁ ସମୀକ୍ଷା କରାଯାଇ ତଥ୍ୟ ସଂଗ୍ରହ କରାଯିବ । ତେବେ ଦୁହିଁଙ୍କ ମଧ୍ୟରେ ଦୀର୍ଘଦିନ ହେଲା ସମ୍ପର୍କ ଥିବା ପ୍ରୀତିମାନ ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ଚିନ୍ମୟୀ ସ୍ୱଇଚ୍ଛାରେ ବ୍ରଜରୁ ପାଣିକୁ ଡେଇଁଥିଲେ ନା ତାଙ୍କୁ କେହି ଠେଲିଥିଲା ତା’ ଉପରେ ଅନୁସନ୍ଧାନ କରାଯିବ ।

Get real time updates directly on you device, subscribe now.