fbpx

ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ, ପୋଷ୍ଟର ଲିକ୍

ମୁମ୍ବାଇ,୧୯ ।୬: ବଲିଉଡର ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତ ଜୁନ୍ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ୩୪ ବର୍ଷରେ ହିଁ ଅଭିନେତା ଜଣକ ଦୁନିଆକୁ ଅଲବିଦା କହିଦେଇ ଚାଲିଗଲେ । ଏବେ ବି ବହୁ ପ୍ରଶାଂକମାନେ ତାଙ୍କୁ ଝୁରି ହେଉଛନ୍ତି । ଅଭିନେତାଙ୍କ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗିପଡିଛି ମୁମ୍ବାଇ ପୋଲିସ । ଅନ୍ୟପଟେ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ପାଇଁ ଘୋଷଣା କରାଯାଇଛି । ଫିଲ୍ମ ନିର୍ମାତା ବିଜୟ ଶେଖର ଗୁପ୍ତା ସୁଶାନ୍ତଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି, ଯାହାର ନାମ ‘Suicide or Murder’ହେବ । ଏପରିକି ବିଜୟ ଶେଖର ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍ କରିସାରିଛନ୍ତି ।

 

ତେବେ ବିଜୟ ଶେଖର ଏକହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ ‘ମୁଁ ଏହି ଫିଲ୍ମ ନିର୍ମାଣ କରୁଛି, ଯେଉଁଥିରେ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ ବଡ ସେଲିବ୍ରିଟ୍, ପ୍ରଡକ୍ସନ ହାଉସରେ ଚାଲୁଥିବା ଏକଚାଟିଆ ଶେଷ ହୋଇପାରିବ । ଏହି ଫିଲ୍ମରେ ସୁଶାନ୍ତଙ୍କ ସହିତ ଘଟିଥିବା ସମସ୍ତ ଘଟଣା ରହିବ । ବହୁ ବଡ ବଡ ପ୍ରଡକ୍ସନ ହାଉସ୍ ସୁଶାନ୍ତଙ୍କୁ ବହିଷ୍କାର କରିବା ସାମାଜିକ ବଇକଟ୍ କରିଥିଲେ । ଅନେକ ଫିଲ୍ମରୁ ବି ସୁଶାନ୍ତଙ୍କୁ ବାହାର କରିଦିଆଯାଇଥିଲା ।’

 

Get real time updates directly on you device, subscribe now.