fbpx

ଶବର ଆଉ ଥରେ ପୋଷ୍ଟମର୍ଟମ: ପୋଷ୍ଟର ରିଲିଜ କଲା ପୋଲିସ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ଭୁବନେଶ୍ୱର ଚନ୍ଦକା ଦାସପୁର ରାସ୍ତାକଡରୁ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ମହିଳାଙ୍କ ମୃତଦେହକୁ ଆଉଥରେ ପୋଷ୍ଟମର୍ଟମ କରାଯିବ । ଅଧିକ ତଦନ୍ତ ପାଇଁ ଆଉଥରେ ଶବ ବ୍ୟବଚ୍ଛେଦ କରିଛି ଚନ୍ଦକା ପୋଲିସ ।  ରି-ପୋଷ୍ଟମର୍ଟମ ପାଇଁ ଏମ୍ସକୁ ପଠାଯାଇଛି ମହିଳାଙ୍କ ମୃତଦେହ । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପୋଷ୍ଟମର୍ଟମ କରାଯାଇଥିଲା । ପ୍ରଥମ ରିପୋର୍ଟରେ ତଣ୍ଟି ଚିପି ହତ୍ୟା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରାଯାଇଥିବା ସୂଚନା ମିଳିଛି ।

ଏହା ସହ ମହିଳାଙ୍କୁ ଚିହ୍ନଟ ପାଇଁ ପୋଷ୍ଟର ରିଲିଜ କରିଛି ପୋଲିସ । ଉଭୟ ହିନ୍ଦୀ ଓ ଓଡିଆ ଭାଷାରେ ପୋଷ୍ଟର ଲାଗିଛି । ପୋଷ୍ଟରରେ ସବିଶେଷ ବିବରଣୀ ଉଲ୍ଲେଖ ରହିଛି, ଯଥା ଉଚ୍ଚତା ୫ ଫୁଟ ୩ ଇଞ୍ଚ, ବଣ୍ଣ- ଗହମ ରଙ୍ଗ, ଗଠନ- ମଧ୍ୟମ, ଡାହାଣ ହାତ କହୁଣୀ ତଳକୁ ଏକ ତ୍ରୀଶୂଳ ଚିହ୍ନ ରହିଛି । ମହିଳାଙ୍କ ମୟସ ଆନୁମାନିକ ୩୦ରୁ ୩୫ ବର୍ଷ ହେବ । ପୋଷ୍ଟରରେ ମହିଳାଙ୍କ କପଡା ଓ ମୁଣ୍ଡ ବିହୀନ ଫଟୋ ଚିତ୍ରିତ ହୋଇଛି ।

Get real time updates directly on you device, subscribe now.