fbpx

ପୁରୀ ମୁଖ୍ୟକେନାଲ ରୋଡରେ ପଡିଛି ଶହ ଶହ ମାସ୍କ ଓ ପିପିଇ କିଟ୍‌, କୋଭିଡ୍ ପରିଚାଳନାକୁ ନେଇ ବଢ଼ିଲା ଆଶଙ୍କା; ଚିନ୍ତାରେ ସ୍ଥାନୀୟ ବାସିନ୍ଦା

ବାରଙ୍ଗ (ଆ.ପ୍ର): ରାଜ୍ୟ ସରକାର କୋଭିଡ ସଂକ୍ରମଣକୁ ନେଇ ଗମ୍ଭୀର ଥିବା ବେଳେ ଜିଲ୍ଲାରେ କୋଭିଡ ସଂକ୍ରମଣକୁ ନେଇ ପ୍ରଶାସନ ସେଭଳି ତତ୍ପରତା ପ୍ରକାଶ କରୁନଥିବା ଜଣାପଡୁଛି । ରାଜ୍ୟ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିପି ମୋଡ୍‌ରେ କୋଭିଡ କେୟାର ସେଣ୍ଟର ଖୋଲୁ ଥିଲେ ମଧ୍ୟ ପ୍ରଶାସନତାର ପରିଚାଳନା ଦିଗରେ ଉଚିତ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ସେହିପରି କେୟାର ସେଣ୍ଟରରୁ ପ୍ରତ୍ୟେକ ଦିନ ବାହାରୁଥିବା ପିପିିଇ କିଟ ଆଦି ବର୍ଜ୍ୟବସ୍ତୁ ମଧ୍ୟ
ଏଣେତେଣେ ପଡିବା ଦ୍ୱାରା ଅଧିକ ସଂକ୍ରମଣ ବୃଦ୍ଧି ପାଉଛି ।

ଶୁକ୍ରବାରଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାରଙ୍ଗ ଥାନା ଅନ୍ତର୍ଗତ ସାନମୁଣ୍ଡଳୀ ନିକଟ ପୁରୀ ମୁଖ୍ୟକେନାଲ ରୋଡ କଡରେ । ଯାହାକି ମେଡିକାଲରେ ସଂକ୍ରମିତ ଲୋକଙ୍କ ଦ୍ୱାରା ବ୍ୟବହୃତ ବସ୍ତୁକୁ ଠିକଭାବେ ନଷ୍ଟ କରିବା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ବୁଲା କୁକୁର, ମାଙ୍କଡ ଏହି ବର୍ଜ୍ୟବସ୍ତୁକ ଟେକି ନେଇ ଆଖପାଖ ଅଞ୍ଚଳରେ ପକାଉଥିବାରୁ କୋଭିଡ୍‌ ବ୍ୟାପିବାର ଆଶଙ୍କା ରହିଛି।

ଏଭଳି ଅବ୍ୟବସ୍ଥା ଯୋଗୁ ସ୍ଥାୀନୟ ଅଞ୍ଚଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏଣେତେଣେ ପଡୁଥିବା ବର୍ଜ୍ୟବସ୍ତୁ ପ୍ରତି ପ୍ରଶାସନ ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.