fbpx
BSKY
BJD SHG SKY
BJD MC SKY

ପୁଣି ବାହାହେବେ ପ୍ରଭୁଦେବା!

ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା କୋରିଓଗ୍ରାଫର, ନିର୍ଦ୍ଦେଶକ ପ୍ରଭୁଦେବା ଆଜିକାଲି ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ ଏବେ ରିଲେସନସିପ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ । ପୁଣି ଥରେ ତାଙ୍କୁ ପ୍ରେମ ହୋଇଯାଇଛି । ଏବଂ ସେ ବହୁତ ଶୀଘ୍ର ଦ୍ବିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି । ଦୀର୍ଘ ୯ବର୍ଷ ହେବ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିବା ପ୍ରଭୁ ଏବେ ତାଙ୍କ ଭାଣିଜୀଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ଶୁଣିବାକୁ ମିଳୁଛି। ଖୁବ୍‌ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।  ଏନେଇ ପ୍ରଭୁଦେବାଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଦକ୍ଷିଣ ଭାରତୀୟ ଫିଲ୍ମ ହେଉ ଅଥବା ବଲିଉଡ୍‌ ସେ ସବୁଠୁ ଜଣେ ଟପ୍‌ କୋରିଓଗ୍ରାଫର୍‌ ତଥା ନିର୍ଦ୍ଦେଶକ ରୂପେ ଉଭା ହୋଇଛନ୍ତି । ତାଙ୍କ ଡ୍ୟାନ୍ସକୁ ନେଇ ସେ ଯେତିକି ଚର୍ଚ୍ଚାରେ ଥା’ନ୍ତି, ତା’ଠୁ ଅଧିକ ତାଙ୍କ ରିଲେସନ୍‌ସିପ୍‌କୁ ନେଇ ଚର୍ଚ୍ଚିତ ରହିଥାନ୍ତି ।

ତେବେ ୨୦୧୧ରେ ପତ୍ନୀ ହେମଲତାଙ୍କଠାରୁ ପ୍ରଭୁ ଛାଡପତ୍ର ନେଇଥିଲେ। ହେମଲତା ଏବଂ ପ୍ରଭୁଙ୍କର ୩ଟି ସନ୍ତାନ ଥିଲେ। ୨୦୦୮ରେ ବଡପୁଅ କ୍ୟାନସର୍‌ରେ ମୃତ୍ୟୁ ବରଣ କରିବା ପରେ ଏବେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି। ୨୦୧୦ପ୍ରଭୁଙ୍କର ସାଉଥ୍‌ ଅଭିନେତ୍ରୀ ନୈନତାରାଙ୍କ ସହ ପ୍ରଭୁଙ୍କ ଅଫେୟାର୍ ଥିବା ଶୁଣିବାକୁ ମିଳୁଥିଲା। ୨୦୧୧ରେ ପ୍ରଭୁଙ୍କ ଛାଡପତ୍ର ପରେ ନୈନତାରା ମଧ୍ୟ ପ୍ରଭୁଙ୍କ ସହ କିଛି ସମ୍ପର୍କ ନାହିଁ ବୋଲି କହିଥିଲେ।

Get real time updates directly on you device, subscribe now.