fbpx

ପଞ୍ଚଭୂତରେ ବିଲୀନ ହେଲେ ପ୍ରଦୀପ ମହାରଥୀ

ପୁରୀ,୪ ।୧୦(ଓଡିଶା ଭାସ୍କର): ଅଲବିଦା ମହାରଥୀ । ପୁରୀର ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହୋଇଛି ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ମରଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ତେବେ ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ୨ଦିନ ପୂର୍ବରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ ମହାରଥୀ। ସୁସ୍ଥ ହେବା ପରେ ପୁଣି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ୧୯୫୫ ମସିହା ଜୁଲାଇ ୪ରେ ଜନ୍ମ ଗ୍ରହଣ କରିଥିବା ମହାରଥୀ ୧୯୮୫ରେ ପ୍ରଥମ ଥର ବିଧାୟକ ହୋଇଥିଲେ ।

Get real time updates directly on you device, subscribe now.