fbpx

ସାମ୍ବାଦିକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ବାହାରିଲା ସରକାରୀ ଚାକିରି, ମାସିକ 35 ହଜାର ଦରମା

ନୂଆଦିଲ୍ଲୀ: ସାମ୍ବାଦିକଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ପ୍ରସାର ଭାରତୀ ତରଫରୁ ବାହାରିଲା ନିଯୁକ୍ତି ସୁଯୋଗ । କଣ୍ଚ୍ରାଚୁଆଲ ବେସିସରେ କପି ଏଡିଟର ପାଇଁ ନିଯୁକ୍ତି ବାହାରିଛି । ସମୁଦାୟ 3ଟି ପୋଷ୍ଟ ବାହାରିଥିବା ବେଳେ ଆବେଦନ ତାରିଖ ମଧ୍ୟ ବାହାରିଛି । ଜୟପୁର ଡିଡି କିମ୍ବା ଆକଶବାଣୀରେ ମିଳିବ ନିଯୁକ୍ତି । ତେବେ ମନୋନିତ ଆଶାୟୀ ନିଯୁକ୍ତି ପାଇବା ପରେ ସେମାନଙ୍କୁ ମାସିକ 35 ହଜାର ଟଙ୍କା ଦରମା ମିଳିବ । ଗୋଟିଏ ବର୍ଷ ପାଇଁ ଚୁକ୍ତି କରି ଚାକିରି ଦିଆଯିବ ।

ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତୋକ ପାସ୍ କରିବା ସହିତ ଅନୁନ୍ୟ 5 ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ । ଏଥିପାଇଁ ସର୍ବାଧିକ ବୟସସୀମା 35 ବର୍ଷ ରହିଛି । ଅନ୍ୟପଟେ ଯେଉଁମାନେ ଡିଗ୍ରୀ କରିଥିବେ ସେମାନଙ୍କର ଅନୁନ୍ୟ 3 ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ ।   ଆବେଦନ ଶେଷ ହେବା ପରେ ସଟଲିଷ୍ଟ କରାଯିବ । ଏହାପରେ ଉକ୍ତ ପ୍ରାର୍ଥୀଙ୍କର ଇଣ୍ଟରଭ୍ୟୁ ହେବ । ତେବେ ସଟଲିଷ୍ଟ ହୋଇଥିବା ଛାତ୍ରୀଙ୍କୁ ଇମେଲ ଦ୍ବାରା ସୂଚନା ଦିଆଯିବ । ତେବେ ଏଥିପାଇଁ ଆବେଦନ ଅନଲାଇନରେ ଆରମ୍ଭ ହୋଇଥିବା ବେଳେ ଫିଲଅପ ସମ ୟରେ ସମସ୍ତ ପ୍ରକାର ଡକ୍ୟୁମେଣ୍ଟ ଦେବାକୁ ହେବ । ତେବେ ଆଶାୟୀଙ୍କୁ ହିନ୍ଦି, ରାଜସ୍ଥାନୀ ଏବଂ ଇଂରାଜୀ ଭାଷା ଜାଣିବା ଜରୁରୀ ଅଟେ ।  ପ୍ରସାର ଭାରତୀର ଅଫିସିଆଲ ଓ୍ବେବସାଇଟ୍ rasarbharati.gov.inକୁ ଯାଇ ଆବେଦନ କରିପାରିବେ ।

Get real time updates directly on you device, subscribe now.