fbpx

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍ । ସୁପ୍ରିମକୋର୍ଟରୁ ପ୍ରଶାନ୍ତଙ୍କୁ ଜାମିନ୍ ମିଳିଛି । ଏନେଇ ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି । ଜାମିନ୍ ମିଳିଥିଲେ ବି ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ ପ୍ରଶାନ୍ତ । ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ, ତେବେ ଜିଲ୍ଲାପାଳଙ୍କ ଅନୁମତି ଜରୁରୀ । ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ । ତେବେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ନେଇ ପ୍ରଶାସ୍ତ ଗିରଫ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାରଣପୁର ବ୍ଲକ କାର୍ୟ୍ୟାଳୟ ନିକଟରେ ପ୍ରଶାନ୍ତ କିଛି ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ । ବିଜେପି କର୍ମୀଙ୍କର ଏକ ଶୋଭାଯାତ୍ରା ଚାଲିଥିବା ବେଳେ ବିଧାୟକ ତାଙ୍କ ଗାଡ଼ିକୁ ଭିଡ଼ ଭିତରକୁ ପୂରାଇ ଦେଇଥିଲେ । ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସହ ମୋଟ ୨୫ ଜଣ ଲୋକ ଆହତ ହୋଇଥିଲେ । ବିଧାୟକଙ୍କ ଏହି କାର୍ୟ୍ୟକୁ ନେଇ ସେ ସମୟରେ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଥିଲା ।

ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ପ୍ରଶାନ୍ତ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପ୍ରଶାନ୍ତ ମାର୍ଚ୍ଚ ୨୨ ତାରିଖରେ ମେଡିକାଲରୁ ବାହାରିବା ପରେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ପରେ ଏପ୍ରିଲ ୨୨ ତାରିଖରେ ପ୍ରଶାନ୍ତଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ମିଳିଥିଲା । ଜାମିନ୍ ଅବଧି ସମାପ୍ତ ହେବା ପରେ ଆତ୍ମସମର୍ପଣ କରିବାକୁ ପ୍ରଶାନ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

Get real time updates directly on you device, subscribe now.