fbpx

ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେଲା ‘ପ୍ରତୀକ୍ଷା’; ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେଲା ‘ପ୍ରତୀକ୍ଷା’ । ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ଅନୁପମ । ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ଭାବେ ‘ପ୍ରତୀକ୍ଷା’କୁ ପୁରସ୍କୃତ କରାଯିବା ଓଡ଼ିଶା ପାଇଁ ଗୌରବ ନେଇ ଆସିଛି। ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷାର ପ୍ରଯୋଜକ ଓ ନିର୍ଦ୍ଦେଶକ ହେଉଛନ୍ତି ଅନୁପମ ପଟ୍ଟନାୟକ। ପୁରସ୍କାର ବାବଦରେ ରଜତ କମଳ ଓ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ବାରା ନିର୍ମିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମଧ୍ୟବିତ୍ତ ପରିବ‌ାରରେ ବାପପୁଅଙ୍କ ସଂପର୍କ ଓ ଚାକିରି ପାଇଁ କେମିତି ପୁଅ ସମସ୍ୟା ଭୋଗ କରେ ସେହି କାହାଣୀକୁ ଦର୍ଶାଯାଇଛି । ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଗତି କରୁଥିବା ବେଳେ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ରୂପେ ଜାତୀୟ ପୁରସ୍କାର ପାଇଁ ବିଭିନ୍ନ ମହଲରେ ଖୁସିର ଲହରୀ ସୃଷ୍ଟି ହୋଇଛି।

Get real time updates directly on you device, subscribe now.