fbpx

ପ୍ରାକ୍ ମୌସୁମୀ ପ୍ରଭାବରେ ୧୫ଟି ରାଜ୍ୟରେ ହେବ ବର୍ଷା: IMD ଜାରି କଲା ସୂଚନା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର କିଛି ରାଜ୍ୟରେ ତାପମାତ୍ରା ଅଧିକ ରହିଥିବା ବେଳେ ଆଉ କିଛି ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହେଉଛି । ବିଶେଷ କରି ଉତ୍ତର ଭାରତର କିଛି ରାଜ୍ୟରେ ପ୍ରାକ୍ ମୌସୁମୀର ଗତିବିଧି ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ସମେତ କିଛି ଭାଗରେ ବର୍ଷା କାରଣରୁ ତାପମାତ୍ରାରେ ହ୍ରାସ ଘଟିଛି ।

ଦିଲ୍ଲୀରେ ମୌସୁମୀର ସ୍ଥିତି ଗତ ଦୁଇ ତିନି ଧରି ପରିବର୍ତ୍ତନ ହୋଇ ସାମାନ୍ୟ ବର୍ଷା ଅନୁଭୂତ ହେଉଛି । ଦିଲ୍ଲୀରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପାଣିପାଗର ସ୍ଥିତି ଏପରି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି । ଆଜି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨୯ ଡିଗ୍ରୀ ରହିଥିବା ବେଳେ ସର୍ବାଧିକ ୩୪ ଡିଗ୍ରୀ ରହିବ । ପଞ୍ଜାବ, ହରିୟାଣା, ରାଜସ୍ଥାନ, ହିମାଚଳ ପ୍ରଦେଶ ସମେତ କିଛି ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଦେଖିବାକୁ ମିଳିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

ଆଜି ଉତ୍ତରପ୍ରଦେଶର ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୨୯ ଡିଗ୍ରୀ ଓ ସର୍ବାଧିକ ୩୯ ରହିବ । ବଙ୍ଗୋପସାଗରୁ ଉତ୍ତର-ପୂର୍ବ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହିତ ହୋଇ ତିନି ଦିନ ପର୍ଯ୍ୟନ୍ତ ବର୍ଷା ହେବ । ଏହି ବର୍ଷା ପୂର୍ବ-ଉତ୍ତର ଭାରତ, ଉପ-ହିମାଳୟୀ ପଶ୍ଚିମ ବଙ୍ଗ, ସିକିମରେ ଅନୁଭୂତ ହେବ । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଅସମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳ ବର୍ଷା ଅନୁଭୂତ ହେବାର ସମ୍ଭାବନା ରହିଛି । ଆସନ୍ତା ୫ ଦିନ ମଧ୍ୟରେ ବିହାର, ଝାରଖଣ୍ଡ, ଓଡ଼ିଶା ଓ ଗଙ୍ଗୀୟ ପଶ୍ଚିମ ବଙ୍ଗରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Get real time updates directly on you device, subscribe now.