fbpx
BJD
BJD SKY
BJD SKY

ଭାଇରାଲ ହେଉଛି ମୌନୀଙ୍କ ପ୍ରି ୱେଡିଙ୍ଗ ସେରିମନୀ ଭିଡିଓ-ଫଟୋ: ୨୭ରେ ହେବ ବିବାହ

BJD

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ହିନ୍ଦୀ ଫିଲ୍ମ ତଥା ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରଏ । ଦୀର୍ଘ ଦିନ ଧରି ରିଲେସନରେ ଥିବା ବୟଫ୍ରେଣ୍ଡ ବିଜନେସମ୍ୟାନ ସୁଜର ନାମ୍ବିଆରଙ୍କ ସହ ମୌନୀ କରିବାକୁ ଯାଉଛନ୍ତି ବିବାହ । ଆସନ୍ତା ଜାନୁଆରୀ ୨୭ ଅର୍ଥାତ୍ ଆସନ୍ତା କାଲି ଉଭୟ ବିବାହ କରିବେ, ଉଭୟ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ କରିବେ । ତେବେ ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ତାଙ୍କର ପ୍ରି ୱେଡିଙ୍ଗ ସେରିମନୀ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଏବଂ ଭିଡିଓ ହେଉଛି ମୌନୀଙ୍କ ହଲଦୀ କାର୍ଯ୍ୟକ୍ରମର ଯେଉଁଠାରେ ମୌନୀ ତାଙ୍କ ବନ୍ଧୁମାନଙ୍କ ସହ ମଜା କରୁଥିବାର ନଜର ଆସିଛନ୍ତି । ଆଉ ତାଙ୍କ ଫ୍ୟାନମାନେ ମଧ୍ୟ ହଲଦୀ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ସେମାନଙ୍କର ବିବାହ ଦୁବାଇରେ ହେବା ନେଇ କୁହାଯାଉଥିଲା କିନ୍ତୁ ଏହାକୁ ବଦଳାଇ ଭାରତରେ ହିଁ ବିବାହ ହେବ ବୋଲି ନିଷ୍ପତ୍ତି ନେଇଥିଲେ ଉଭୟ । ତେବେ ଉଭୟଙ୍କ ବିବାହ ଗୋଆରେ ହେବ ।

 

View this post on Instagram

 

A post shared by Instant Bollywood (@instantbollywood)

 

Get real time updates directly on you device, subscribe now.