fbpx

pregnancy diet : ଗର୍ଭାବସ୍ଥାରେ ଏହି ଫଳଗୁଡିକ ଠାରୁ ଦୂରେଇ ରୁହନ୍ତୁ , ନହେଲେ ଗର୍ଭସ୍ଥ ଶିଶୁ ପାଇଁ ମହା ବିପଦ….

AAKASH

ନୂଆଦିଲ୍ଲୀ : ଗର୍ଭବତୀ ହେବା ଯେକୌଣସି ମହିଳାଙ୍କ ଜୀବନର ଏକ ସୁଖଦ ଅନୁଭୂତି । କିନ୍ତୁ ଗର୍ଭାବସ୍ଥାରେ ମା ଏବଂ ଜନ୍ମିତ ଶିଶୁ ପାଇଁ ବିଶେଷ ଯତ୍ନ ନେବା ଆବଶ୍ୟକ । ପ୍ରତ୍ୟେକ ମହିଳା ନିରାପଦ ଏବଂ ସୁସ୍ଥ ଗର୍ଭଧାରଣ ପାଇଁ ଇଚ୍ଛା କରନ୍ତି । ଏଭଳି ପରିସ୍ଥିତିରେ ସବୁଠାରୁ ବଡ ସମସ୍ୟା ଉପୁଜେ, କେଉଁ ଫଳ ଗର୍ଭବତୀ ମହିଳାଙ୍କ ଖାଦ୍ୟରେ ସାମିଲ କରାଯିବା ଉଚିତ ଏବଂ କେଉଁ ଫଳରୁ ଦୂରେଇ ରହିବା ଉଚିତ୍ । ତେବେ ଆସନ୍ତୁ ଜାଣିବା …

ଗର୍ଭବତୀ ମହିଳାମାନେ ଏହି ଫଳଠାରୁ ଦୂରରେ ରହିବା ଉଚିତ୍

ଅମୃତ ଭଣ୍ଡା : ଏଥିରେ ଭରପୂର ପୋଷକ ତତ୍ତ୍ୱ ରହିଥା ସତ କିନ୍ତୁ ଗର୍ଭବତୀଙ୍କ ପାଇଁ ଉପଯୁକ୍ତ ନୁହେଁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଏକ ଅତ୍ୟନ୍ତ ସୁଫଳ, କିନ୍ତୁ ଗର୍ଭାବସ୍ଥାରେ ଏହି ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏଥିରେ ଥିବା ଲେଟେକ୍ସ ଗର୍ଭାଶୟ ସଂକୋଚନ, ରକ୍ତସ୍ରାବ ଏବଂ ଗର୍ଭପାତ କରିବାର ସମ୍ଭାବନା ଥାଏ । ସେଥିପାଇଁ ଗର୍ଭାବସ୍ଥାରେ ପାଚିଲା ଏବଂ କଞ୍ଚା ଅମୃତଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ସପୁରୀ : ଏହା ବହୁତ ସ୍ୱାଦିଷ୍ଟ ଏବଂ ରସଯୁକ୍ତ ଫଳ । ଯାହା ସ୍ୱାସ୍ଥ୍ୟ ପାଇଁ ଭଲ, କିନ୍ତୁ ଗର୍ଭାବସ୍ଥାରେ ଏହାକୁ ଖାଇବା ଅସୁବିଧା ସାବ୍ୟସ୍ତ ହୋଇପାରେ ।

ଅଙ୍ଗୁର : ସାଧାରଣତ ଅଙ୍ଗୁର ଗର୍ଭବତୀ ମହିଳାଙ୍କ ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯିବା ଉଚିତ୍ ନୁହେଁ । ଏଥିରେ ରିସଭେରାଟ୍ରୋଲ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏହା ଉଭୟ ମା ଏବଂ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ଏହି ଫଳଗୁଡିକ ଗର୍ଭବତୀଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ

କଦଳୀ : ଗର୍ଭାବସ୍ଥାରେ କଦଳୀ ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ କାର୍ବୋହାଇଡ୍ରେଟ୍ ଭରପୂର ଅଟେ, ଯାହା ମହିଳାମାନଙ୍କୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରିଥାଏ । ଆପଣ ଏହାକୁ ଅନେକ ଉପାୟରେ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ, କିନ୍ତୁ ଯଦି ଆପଣଙ୍କର ଆଲର୍ଜି କିମ୍ବା ମଧୁମେହ ଅଛି, ତେବେ ଗର୍ଭାବସ୍ଥାରେ କଦଳୀ ଖାଇବା ପୂର୍ବରୁ ନିଶ୍ଚିତ ଭାବରେ ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।

ସେଓ : ଗର୍ଭାବସ୍ଥାରେ ସେଓ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଫାଇବର, ପୋଟାସିୟମ୍ ଏବଂ ଆଇରନ୍ ପର‌୍ୟ୍ୟାପ୍ତ ପରିମାଣରେ ମିଳିଥାଏ । ଯାହା ଶରୀରର ପୁଷ୍ଟିକର ଆବଶ୍ୟକତା ପୂରଣ କରେ ।

କମଳା : ଏଥିରେ ଭିଟାମିନ୍-ସି ପର‌୍ୟ୍ୟାପ୍ତ ପରିମାଣରେ ମିଳିଥାଏ । ଯାହା ଗର୍ଭରେ ବଢୁଥିବା ଶିଶୁର ବିକାଶରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.