fbpx
BSKY
BJD YOUTH SKY
BJD MS SKY

Form 16 ବିନା ଅଟକି ଯାଇପାରେ ଆପଣଙ୍କ ଆଇଟିଆର , ଜାଣନ୍ତୁ ଏହା କ’ଣ ଓ କେବେ ମିଳିବ ?

ନୂଆଦିଲ୍ଲୀ : ଯଦି ଆପଣ ଜଣେ ବେତନ ପ୍ରାପ୍ତ ବ୍ୟକ୍ତି ତେବେ ଫର୍ମ ୧୬ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦଲିଲ । ଆୟକର ଦେୟ ଦାଖଲ ପୂର୍ବରୁ ନିଯୁକ୍ତିଦାତା ଦ୍ୱାରା ଏହି ପର୍ମ ପ୍ରଦାନ କରାଯାଇଥାଏ । ଏହା ହେଉଛି ଏଭଳି ଏକ ଫର୍ମ ଯେଉଁଥିରେ କର୍ମଚାରୀଙ୍କୁ ଦିଆଯାଉଥିବା ବେତନର ଏବଂ କଟାଯାଇଥିବା ଟିଡିଏସ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଥାଏ । ଆଇଟିଆର ଫାଇଲ କରିବା ପାଇଁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ, କାରଣ ଟିକସଦାତା ଏହା ମାଧ୍ୟମରେ ତାଙ୍କ ଟିକସ ସଞ୍ଚୟ କରିପାରିବେ ।

ଫର୍ମ ୧୬ କ’ଣ?
ଫର୍ମ ୧୬ ହେଉଛି ଏକ ଆୟକର ଫର୍ମ, ଯାହା କମ୍ପାନୀଗୁଡିକ ଦ୍ୱାରା କର୍ମଚାରୀମାନଙ୍କୁ ଦିଆଯାଇଥାଏ । କର୍ମଚାରୀମାନେ ନଜର ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ଭରିବା ସମୟରେ ଏହି ଫର୍ମ ପ୍ରମାଣର ଉତ୍ସ ଭାବରେ ପରିଗଣିତ ହୁଏ । ଏହି ଫର୍ମ ୧୬ ମୁଖ୍ୟତ ଦୁଇଟି ଅଂଶ ରହିଛି – ଫର୍ମ ୧୬ ଏ ଏବଂ ଫର୍ମ ୧୬ ବି ।

କେବେ ଦିଆଯାଏ?
ଚଳିତ ଆର୍ଥିକ ବର୍ଷ ଏହି ଫର୍ମ ଦିଆଯାଇ ନାହିଁ । ୧୫ ଜୁନ୍ ୨୦୨୩ ରେ ଏହି ଫର୍ମ କର୍ମଚାରୀମାନଙ୍କୁ ଦିଆଯିବ ବୋଲି ଧାର୍ଯ୍ୟ କରାଯାଇଛି । ଯଦି ଆପଣଙ୍କର ଏପ୍ରିଲ ୨୦୨୨-ମାର୍ଚ୍ଚ ୨୦୨୩ ଟିଡିଏସ କଟିଛି ତେବେ ୧୫ ଜୁନ୍ ସୁଦ୍ଧା ଜାରି କରାଯିବା ଉଚିତ୍ ।

କମ୍ପାନୀ ପକ୍ଷରୁ ଏହି ପକ୍ଷରୁ ଏହି ଫର୍ମ ଦିଆ ନ ଗଲେ କ’ଣ କରିବେ ?
ଯଦି କମ୍ପନୀ ପକ୍ଷରୁ ଏହି ଫର୍ମ ଦିଆଯାଇ ନାହିଁ , ତେବେ ଏହାକୁ ଆୟବିଭାଗର ୱେବ ସାଇଡରୁ ଡାଉନଲୋଡ କରିପାରିବେ ।

Get real time updates directly on you device, subscribe now.