fbpx

(Video)ଭୟା ଉଡ଼ ଗୟା କ୍ୟା…ଭିଡ଼ିଓ ଦେଖିଲେ ଆପଣଙ୍କ ମଧ୍ୟ ଗୋଡ଼ ରକ୍ତ ମୁଣ୍ଡକୁ ଉଠିଯିବ ; ଆସିଲା ନକ୍ସଲ ଆକ୍ରମଣର ସମ୍ପୂର୍ଣ୍ଣ ଭିଡ଼ିଓ

ନୂଆଦିଲ୍ଲୀ: ଦନ୍ତେୱାଡ଼ା ହେଇଥିବା ନକ୍ସଲ ଆକ୍ରମଣ ସହିଦ ହେଇଥିବା ବୀର ଯବାନ ମାନଙ୍କ ପାର୍ଥିବ ଶରୀରକୁ କାନ୍ଦ ଦେବା ସହିତ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ତେବେ ଏହି ସହିତ ନକ୍ସଲ ଯେଉଁ ସ୍ଥାନରେ ଯବାନଙ୍କୁ ଆକ୍ରମଣ କରିଥିଲେ ସେହି ସ୍ଥାନକୁ ଯିବା ସହିତ ଘଟଣାର ସମୀକ୍ଷା କରିବେ ବାଘେଲ । ଛତିଶଗଡ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ଯବାନଙ୍କ ଅଧିକାରୀ ଉପସ୍ଥିତ ରେ ଏହି ସମୀକ୍ଷା ହେବ । ତେବେ ଏହି ଭିତରେ ଗୋଟେ ଭିଡ଼ିଓ ଖୁବ ଭାଇରଲ ହେଉଛି । ଯାହା ଘଟଣା ଘଟୁଥିବା ବେଳେର ଲାଇଭ ଫୁଟେଜ କୁ କଏଦ କରିଛି । ଏଥିରେ ଏଭଳି କିଛି କଥା ଶୁଣିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣ ରକ୍ତ ମଧ୍ୟ ଗରମ ହେଇଯିବ ।

ଏହି ଭିଡ଼ିଓରେ ଶୁଣିବାକୁ ମିଳୁଛି ଭୟା ଉଡ଼ ଗୟା କ୍ୟା , ପୁରା ଉଡ଼ ଗୟା କ୍ୟା କିଛି ଏଭଳି । ତେବେ ଏହି ଭିଡ଼ିଓ ଏବେ ସବୁ ଠାରେ ହଲଚଲ କରି ରଖି ଦେଇଛି । ସୂଚନାମୁତାବକ ଗତକାଲି ଛତିଶଗଡ଼ର ଦାନ୍ତେୱାଡ଼ାରେ ନକ୍ସଲମାନେ ଏକ ବଡ଼ ଧରଣର ହମଲା କରିଥିଲେ । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ନକ୍ସଲମାନେ ଅପ୍ରତ୍ୟାଶିତ ବିସ୍ଫୋରକ ସାମଗ୍ରୀ (ଆଇଇଡି) ମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ଦଶ ଜଣ ଯବାନ ମୃତ୍ୟୁବରଣ କରିଥିଲେ । ତେବେ ଏହି ଘଟଣା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରତିକ୍ରିୟା ରଖିଥିଲେ ଯେ ନକ୍ସଲଙ୍କୁ ଛଡ଼ାଯିବନି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ଏବେ ବି ଛତିଶଗଡ଼ର ଦାନ୍ତେୱାଡ଼ାଠାରେ ନକ୍ସଲବାଦୀ-ଯବାନଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମଗାଯାଇଛି । ଆଉ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

Get real time updates directly on you device, subscribe now.