fbpx

ନନ୍ଦନକାନନରେ ପ୍ରେମା ହାତୀ ଅସୁସ୍ଥ, ଓୟୁଏଟିର ଡାକ୍ତରୀ ଟିମ୍ ଜାରି ରଖିଛି ଚିକିତ୍ସା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ନନ୍ଦନକାନନରେ ହାତୀ ପ୍ରେମା ଗୋଡ଼ରେ ଘା’ ହେବାରୁ ସେ ଅସୁସ୍ଥ ହୋଇପଡ଼ିଛି । ସେ ଛୋଟେଇ ଛୋଟେଇ ଚାଲୁଛି । ତା’ର ଚିକିତ୍ସା ପାଇଁ ଓୟୁଏଟିର ଡାକ୍ତରୀ ଟିମ ଆସିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାର । ସେ କହିଛନ୍ତି ଏବେ ପ୍ରେମାକୁ ଆଣ୍ଟିବାୟୋଟିକ ଔଷଧ ଦିଆଯାଉଛି । ହାତୀର ଚିକିତ୍ସା ନେଇ ଅନ୍ୟ ରାଜ୍ୟ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ହାତୀ ଏବେ ବାର୍ଦ୍ଧକ୍ୟରେ ପୀଡ଼ିତ । ତେଣୁ ସ୍ୱାଭାବିକ ଭାବେ ତା’ ଗୋଡ଼ରେ ଘା’ ହେଉଛି । ଘା’ ଶୁଖୁ ନଥିବାରୁ ହାତୀ ଅସୁସ୍ଥ ହୋଇପଡ଼ିଛି । ତା’ର ଆବଶ୍ୟକ ଚିକିତ୍ସା ଚାଲିଛି

। ବର୍ତ୍ତମାନ ହାତୀଟି ଛିଡା ହୋଇ ପାରିବା ସହ ଠିକ ଭାବେ ଖାଇବା ପିଇବା କରୁଛି । ତେଣୁ ହାତୀ ଉପରେ ବିଦ ନାହିଁ । ସେ ଆହୁରି କହିଛନ୍ତି, ମାଈ ହାତୀ ବାସନ୍ତୀ ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚି ଥିବାରୁ ତା’ର ଦାନ୍ତ ନାହିଁ । ତେଣୁ ସେ ଅନେକ ସମୟରେ ଖାଦ୍ୟ ଠିକ୍‌ ଭାବେ ହଜମ କରିାରୁନି । ତେଣୁ ବଦହଜମି ହେଉଛି । ତେବେ ଏହି ଦୁଇ ହାତୀ ଖାଦ୍ୟ ଖାଉଥିବାରୁ ବିଶେଷ ଅସୁବିଧା ନାହିଁ । ଯଦି କେହି ଖାଦ୍ୟ ଛାଡ଼ି ଦିଅନ୍ତି ତେବେ ଶରୀର ଅବସ୍ଥା ଖରାପ ଅଛି ବୋଲି ଧରାଯିବ ବୋଲି ସେ କହିଛନ୍ତି । ସେହି ରି ନନ୍ଦନକାନନରେ ଥିବା ଗୋଟିଏ ହେଟା ବାଘର ଝାଡ଼ାବାନ୍ତି ହେଉଛି । ତେଣୁ ତା’ର ଚିକିତ୍ସା ଚାଲିଛି । ସେ ଶୀଘ୍ର ଠିକ୍‌ ହୋଇଯିବ ବୋଲି ଆଶା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.