fbpx

ଭଡ଼ାଘରେ ରହୁଥିବା ଲୋକଙ୍କ ଠାରେ ସମୟ ପୂର୍ବରୁ ଦେଖାଯାଉଛି ବାର୍ଦ୍ଧକ୍ୟ ଲକ୍ଷଣ: ରିପୋର୍ଟ

ସାଧାରଣତଃ ସହରରେ ଅନେକ ଲୋକ ଭଡ଼ାଘର ନେଇ ରହୁଛନ୍ତି । କାରଣ ଘର କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ଭଡ଼ା ଘରେ ରହିବାରେ ଅନେକ ସମସ୍ୟା ମଧ୍ୟ ଅଛି । ଘର ମାଲିକଙ୍କ କହିବା ଅନୁସାରେ ଚଳିବାକୁ ହୋଇଥାଏ । ବିଜୁଳି ଓ ପାଣି ବିଲ୍ ସବୁଠାରୁ ଅଧିକ କଷ୍ଟ ଦେଇଥାଏ । ନିଜ ଇଚ୍ଛା ଅନୁଯାୟୀ, ସେହି ଘରକୁ ସଜାଇ ମଧ୍ୟ ହେବ ନାହିଁ । ଏବେ ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ଭଡ଼ାଘରେ ରହୁଥିବା ଲୋକଙ୍କ ଠାରେ ସମୟ ପୂର୍ବରୁ ବାର୍ଦ୍ଧକ୍ୟ ଲକ୍ଷଣ ଦେଖାଯାଉଛି ।

ଏ ସମ୍ପର୍କିତ ଏକ ରିପୋର୍ଟ ବ୍ରିଟିଶ୍ ମେଡିକାଲ ଜର୍ଣ୍ଣାଲ୍ ‘ଏପିଡେମୋଲୋଜି ଏବଂ କମ୍ୟୁନିଟି ହେଲଥ୍ ଜର୍ଣ୍ଣାଲ୍’ରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ଭଡ଼ାଘରର ବିଭିନ୍ନ ପ୍ରକାର ସମସ୍ୟା, ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଲୋକଙ୍କୁ ଚାପଗ୍ରସ୍ତ କରାଉଛି । ଏହା ଲୋକଙ୍କୁ ମେଦବହୁଳତା, ଧୂମପାନ ଓ ବେକାରୀ ସମସ୍ୟା ଅପେକ୍ଷା ଅଧିକ ପ୍ରଭାବିତ କରୁଛି । ଖାସ୍ ଏଥିପାଇଁ ଲୋକେ ଶୀଘ୍ର ବାର୍ଦ୍ଧକ୍ୟର ଶିକାର ହେଉଛନ୍ତି । ଘରଭଡ଼ା ଟଙ୍କା ପାଇଁ କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ ଏବଂ ଅଫିସ୍କୁ ଭଡ଼ାଘରରୁ ଆସିବା ଦୂରତ୍ୱ ଲୋକଙ୍କ ଉପରେ ପ୍ରବଳ ମାନସିକ ଚାପ ସୃଷ୍ଟି କରୁଛି ।

ଗବେଷକମାନେ କହିଛନ୍ତି ଯେ, ଶରୀରକୁ ସୁସ୍ଥସବଳ ରଖୀବା କ୍ଷେତ୍ରରେ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ବ୍ୟତୀତ ବେକାରୀ ଭଳି ଅନ୍ୟ ସାମାଜିକ କାରଣ ସହିତ ଘରଭଡ଼ା ମଧ୍ୟ ବୟସ ଉପରେ ଅଧିକ ପ୍ରଭାବ ପକାଉଛି । ଏସବୁ ଦୃଷ୍ଟିରୁ ଦେଖୀବାକୁ ଗଲେ, ଯଦି କାହାର ନିଜର ଘର ଅଛି, ତେବେ ସେମାନଙ୍କ ଉପରେ ଅନେକ ପରିମାଣରେ ଚାପର ପ୍ରଭାବ କମିଯିବ । ତେବେ ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି, ପ୍ରଦୂଷଣ, ପରିବେଶ ପ୍ରଦୂଷଣ ସମସ୍ୟା ଯୋଗୁ ମଧ୍ୟ ଲୋକେ ଶୀଘ୍ର ବୁଢ଼ା ହୋଇଯାଉଛନ୍ତି । ଯଦି ଲୋକମାନଙ୍କୁ ଠିକ୍ ସମୟରେ ଏବ ଭଲ ଘର ମିଳିଯାଏ, ତେବେ ସେମାନେ ଅନେକ ଚିନ୍ତାରୁ ମୁକ୍ତ ହେବେ ଏବଂ ସେମାନଙ୍କୁ ମାନସିକ ଚାପର ସାମ୍ନା କରିବାକୁ ପଡ଼ିବ ନାହିଁ । ଏହି ଗବେଷଣାରେ ବ୍ରିଟେନରେ ରହୁଥି ୪୦ ହଜାର ଭଡ଼ାଟିଆଙ୍କୁ ସାମିଲ୍ କରାଯାଇଥିଲା ।

Get real time updates directly on you device, subscribe now.