fbpx

ପ୍ରଦୂଷଣ କମ୍ କରିବାକୁ ରାଜଧାନୀ ସଡକରେ ଚାଲିବ ପ୍ରିମିୟମ ବସ୍‌, କ’ଣ ରହିଛି ସୁବିଧା ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ଦିଲ୍ଲୀର ଆମ୍ ଆଦ୍‌ମୀ ପାର୍ଟି ସରକାର ରାଜଧାନୀରେ ପ୍ରିମିୟମ ବସ୍ ସେବା ଯୋଜନାକୁ ମଞ୍ଜୁରୀ ଦେଇ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ପ୍ରସ୍ତାବିତ ପ୍ରିମିୟମ ବସ୍ ଏଗ୍ରିଗେଟର ଯୋଜନା ବିଷୟରେ ସୂଚନା ଦେବା ସହ ଏ ବିଷୟରେ ଘୋଷଣା କରିଛନ୍ତି । ସେ କହିଛନ୍ତି ପ୍ରିମିୟମ ବସ୍ ସେବା ଆରମ୍ଭ କରିବାର ଉଦ୍ଦେଶ୍ୟ ଦିଲ୍ଲୀ ଭିତରେ ଘରୋଇ ଗାଡି ଚଳାଚଳକୁ କମ୍ କରିବା ଓ ପ୍ରଦୂଷଣ ହ୍ରାସ କରିବା ।

କେଜରିୱାଲ କହିଛନ୍ତି ଦିଲ୍ଲୀବାସୀଙ୍କୁ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିବା ଦିଗରେ ପ୍ରୋତ୍ସାହିତ କରିବାକୁ କରିବାକୁ ଏପରି ଯୋଜନା ହାତକୁ ନିଆଯାଇଛି । ଏହି ପ୍ରିମିୟମ ବସ୍‌ରେ କୌଣସି ବି ଯାତ୍ରୀଙ୍କୁ ଛିଡା ହୋଇ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ବସ୍‌ର ସିଟ୍ କେବଳ ମୋବାଇଲ୍ ଆପ୍ ଓ ଡିଜିଟାଲ ପେମେଣ୍ଟ କରି ରିଜର୍ଭ କରାଯାଇପାରିବ । ସେ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଟ୍ରାଫିକ୍ ଜାମ୍ ଓ ବାୟୁ ପ୍ରଦୂଷଣ କମ୍ କରିବା ଆମର ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଲାଇସେନ୍ସ ମିଳିଥିବା ଲଗଜରୀ ବସ୍ ଆଗ୍ରିଗେଟରଙ୍କୁ ମୋଟ ୨୫ ବସ୍ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ଏହି ବସ୍‌ରେ ଭଡା ଓ ଏହା କେଉଁ କେଉଁ ରୁଟ୍‌ରେ ଚାଲିବ ତାହା ଅପରେଟର ହିଁ ସ୍ଥିର କରିବେ । ଏହି ବସ୍‌ରେ ଲଗଜୁରୀ ୱାଇଫାଇ ପରି ସୁବିଧା ରହିବ ଓ ଏଥିରେ ଭଡା କେବଳ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଦିଆଯିବ ।

Get real time updates directly on you device, subscribe now.