fbpx
BJD SKY
BJD SKY

ସୋସିଆଲ ମିଡିଆର ଷ୍ଟାର Speedଙ୍କ ସାହାଯ୍ୟକୁ ଲୋକେ କଲେ ପ୍ରସଂଶା

BJD

ଓଡିଶା ଭାସ୍କର : ଯଦି ଆପଣ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ତେବେ ଆପଣ ମଧ୍ୟ ଦେଖିଥିବେ ଆମେରିକାର ‘ଷ୍ଟାର ସ୍ପିଡ’ ସହ ଜଡିତ ଥିବା କିଛି ଭିଡିଓ । ତେବେ ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଏହି ଭିଡିଓ କୌଣସି କ୍ରିକେଟ ଖେଳ କିମ୍ବା କୌଣସି ଅଜବ କାରନାମା କରି ନାହାନ୍ତି । ଏହି ଭିଡିଓରେ ସେ ମାନବିକତା ଉପରେ କିଛି କରିଛନ୍ତି । ଯାହା ଦେଖିଲା ପରେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିବ । ଭାଇରାଲ ହୋଇଥିବା ଭିଡିଓରେ ଆପଣ ଦେଖିବାକୁ ପାଇବେ ସ୍ପିଡ କିଛି ଟଙ୍କା ଦେଇ ଜଣେ ମହିଳାଙ୍କୁ ସାହାର୍ଯ୍ୟ କରୁଛନ୍ତି । ଏହା ପରେ ମହିଳାଙ୍କ ଆଖିରୁ ଲୁହ ବାହାରି ଆସୁଛି । ତେବେ ସ୍ପିଡ ମହିଳାଙ୍କୁ ଚୁପ କରାଉଛନ୍ତି ।

ସ୍ପିଡଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଏହାକୁ sarcasticschool_ନାମକ ପେଜରେ ସେୟାର କରାଯାଇଛି । ଏହି ଭିଡିଓ ସାଙ୍ଗରେ କ୍ୟାପସନରେ ଲେଖା ଯାଇଛି ସ୍ପିଡ ରାସ୍ତା କଡରେ ରହୁଥିବା ଜଣେ ମହିଳାଙ୍କୁ ସାହାଯ୍ୟ କରିଛନ୍ତି । ତେବେ ମହିଳା ଜଣଙ୍କୁ ଟଙ୍କାର ବହୁତ ଆବଶ୍ୟକତା ଥିଲା । ଯାହା ଫଳରେ ସେ କାନ୍ଦି ପକାଇଥିଲେ । ଏହା ଏକ କଥାର ଉଦାହରଣ ଯାହା ଦ୍ୱାରା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ତାଙ୍କର ଏକ ଭଲ କାମରେ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଭିଡିଓ ଦେଖିବା ପରେ ଲୋକମାନେ ତାଙ୍କର ବହୁତ ପ୍ରସଂଶା କରିଛନ୍ତି ।

Get real time updates directly on you device, subscribe now.