fbpx

ସୁନା କିଣିବା ବେଳେ ସତର୍କ ରୁହନ୍ତୁ, ଏହି ସରକାରୀ App ରେ ଯାଞ୍ଚ କରନ୍ତୁ ସୁନା କେତେ ଶୁଦ୍ଧ

ନୂଆଦିଲ୍ଲୀ : ନବରାତ୍ରରେ ସୁନା କିଣିବା ଶୁଭ ବୋଲି କୁହାଯାଏ । ଏହା ଦ୍ୱାରା ବହୁ ଲୋକ ସୁନା କିଣିବାକୁ ଯାଆନ୍ତି । ସୁନା ଦୋକାନରେ ମଧ୍ୟ ପ୍ରବଳ ଭିଡ ହୋଇଥାଏ । ତେବେ ଏହି ଭିଡରେ କିଛି ବି ହୋଇପାରେ । ଏହା ମଧ୍ୟରେ ଆପଣ ସୁନା କିଣିବା ବେଳେ ଠକାମୀର ଶିକାର ହୋଇପାରନ୍ତି । ତେଣୁ ସତର୍କ ରୁହନ୍ତୁ । ଆମେ ଆପଣଙ୍କୁ କହିବୁ ସୁନା କିଣିବା ବେଳେ କିପରି ଠକାମିରୁ ଆପଣ ରକ୍ଷା ପାଇବେ । ତେବେ ଭାରତ ସରକାର ଭାରତୀୟ ନାମକ ବ୍ୟୁରୋ (Bureau of Indian Standards-BIS) ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ BIS କେୟାର ଆପ ଲଞ୍ଚ କରିଛନ୍ତି । ଏହି ଆପ ଦ୍ୱାରା ଆପଣ ସୁନାର ଶୁଦ୍ଧତା ଖୁବ ଶିଘ୍ର ଯାଞ୍ଚ କରିପାରିବେ । ଆନ୍ତୁ ଜାଣିବା କିପରି ଏହି ଆପ ବ୍ୟବହାର କରିବେ ।

ପ୍ରଥମ ଷ୍ଟେପ : BIS ଆପ ସର୍ଚ୍ଚ କରନ୍ତୁ ଏବଂ ଆପଣଙ୍କ ଫୋନରେ ଇନଷ୍ଟଲ କରନ୍ତୁ ।
ଦ୍ୱିତୀୟ ଷ୍ଟେପ : ଏହା ପରେ BIS ଆପ ଖୋଲନ୍ତୁ ।
ତୃତୀୟ ଷ୍ଟେପ : ଆଣ ଆପଣଙ୍କ ନାମ, ଫୋନ ନମ୍ବର ଏବଂ ଇମେଲ ରେଜିଷ୍ଟର କରନ୍ତୁ ।
ଚତୁର୍ଥ ଷ୍ଟେପ : ଏକ ଓଟିପି ସହ ଆପଣଙ୍କ ଇମେଲ ଏବଂ ଫୋନ ନମ୍ବର ଏକାଠି କରନ୍ତୁ ।

ଯଦି ଆପଣ ସୁନା କିଣୁଛନ୍ତି ତେବେ ହଲମାର୍କ ଯାଞ୍ଚ କରନ୍ତୁ । ଏହା ସହାୟତାରେ ଆପଣ ସୁନାର ଶୁଦ୍ଧତା ପରିକ୍ଷା କରିପାରିବେ । ତେବେ ହଲ ମାର୍କ ପାଖରେ ଯେଉଁ ୬ ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି ତାହା ୟୁନିକ ହୋଇଥାଏ । ଏହା ଦ୍ୱାରା ଆପଣ BIS  ଆପ ମାଧ୍ୟମରେ ଏହାର ଶୁଦ୍ଧତା ଯାଞ୍ଚ କରିପାରିବେ ।

Get real time updates directly on you device, subscribe now.