fbpx

Airtel ୟୁଜର୍ସଙ୍କୁ ଝଟକା, ପ୍ରିପେଡ୍ ପ୍ଲାନର ଦାମ୍ ବଢ଼ାଇଲା କମ୍ପାନୀ, ଜାଣନ୍ତୁ କେବେଠାରୁ ଲାଗୁ (ଲିଷ୍ଟ ଦେଖନ୍ତୁ)

ନୂଆଦିଲ୍ଲୀ: ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ଏୟାରଟେଲ ତା’ର ୟୁଜର୍ସଙ୍କୁ ଜବରଦସ୍ତ ଝଟକା ଦେଇଛି । କମ୍ପାନୀ ପ୍ରିପେଡ ପ୍ଲାନ ମୂଲ୍ୟରେ ପରିବତ୍ତର୍ନ କରିଛି । ପ୍ରିପେଡ୍ ପ୍ଲାନର ଟାରଫି ମୂଲ୍ୟରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ଏହା ଆସନ୍ତା ୨୬ ତାରିଖଠାରୁ ଲାଗୁ ହେବାକୁ ଯାଉଛି । ପୂର୍ବରୁ ଗତ ଜୁଲାଇ ମାସରେ କମ୍ପାନୀ ପୋଷ୍ଟପେଡ୍ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲା ।

ତେବେ ଏଣିକି ଏୟାରଟେଲର ୨୮ ଦିନିଆ ପ୍ରିପେଡ ପ୍ଲାନର ମୂଲ୍ୟ ୯୯ ଟଙ୍କାରୁ ଆରମ୍ଭ ହେବ । ଏହି ପ୍ଲାନ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଗତ ଜୁଲାଇରେ କମ୍ପାନୀ ୪୯ ଟଙ୍କିଆ ପ୍ଲାନ ହଟାଇ ଦେଇଥିଲା । ବର୍ତ୍ତମାନ ଉକ୍ତ ପ୍ଲାନରେ ଏସଏମଏସ ସୁବିଧା ମିଳୁନାହିଁ । ଯଦି ଆପଣଙ୍କୁ ଏସଏମଏସ ଦରକାର ତେବେ ଆପଣ ୧୭୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ପ୍ଲାନ ଏବେ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି । ପୂର୍ବର ୨୧୯ ଟଙ୍କାରେ ୧ ଜିବି ଡାଟା ମିଳୁଥିଲା, ମାତ୍ର ତାହା ଏବେ ୨୬୫ ଟଙ୍କା ହୋଇଯାଇଛି । ପୂର୍ବରୁ ୫୯୮ ଟଙ୍କିଆ ପ୍ଲାନରେ ୮୪ ଦିନ ପାଇଁ ଦୈନିକ ୧.୫ ଜିବି ଡାଟା ମିଳୁଥିଲା । ତେବେ ଏଥିପାଇଁ ଆପଣଙ୍କୁ ଏବେ ୭୧୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ରିଲାଏନ୍ସ ଜିଓ ଓ ଭୋଡାଫୋନ ଏହି ପ୍ରାଇସ୍ ବୃଦ୍ଧି କରିନଥିବା ବେଳେ ଖୁବଶୀଘ୍ର ଏହା ଲାଗୁ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.