fbpx
BJD SKY
BJD SKY

ଦିଲ୍ଲୀ ସେବା ବିଲ୍ କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ସରକାର ଜାରି କଲେ ଅଧିସୂଚନା, ଏବେ LG ଦିଲ୍ଲୀର ବସ୍

BJD

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଧେୟକ ସଂସଦରେ ପାସ୍ ହେବା ପରେ ଏବେ ଆଇନରେ ପରିଣତ ହୋଇଛି । ମହାମହିମ ରାଷ୍ଟ୍ରପତି ଏହି ବିଧେୟକକୁ ମଞ୍ଜୁରୀ ଦେଇ ଦେଇଛନ୍ତି । ଭାରତ ସରକାର ବିଜ୍ଞପ୍ତି ଜାରି କରି ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର ସଂଶୋଧନ ଆଇନ ୨୦୨୩ କୁ ଲାଗୁ କରିଦେଇଛନ୍ତି । ୧୯ ମେ’ ରୁ ଏହି ଆଇନ ଲାଗୁ ହେବ । ଏହି ଆଇନ ଲାଗୁ ହେବା ପରେ ଏବେ ଦିଲ୍ଲୀ ସରକାରଙ୍କ ପ୍ରଶାସନରେ ପରିବର୍ତ୍ତନ ନଜର ଆସିବ । ଏବେ ଅଧିକାରୀଙ୍କ ନିଯୁକ୍ତି ଓ ଅନୁଶାସନ ସମ୍ବନ୍ଧିତ ନିଷ୍ପତ୍ତି ସିଭିଲ ସର୍ଭିସେସ୍ ପ୍ରାଧିକରଣ ନେବେ । ସେହିପରି ବିଧାନସଭା ଅଧିବେଶନ ଡାକିବା ଲାଗି ମଧ୍ୟ ଦିଲ୍ଲୀ ସରକାରଙ୍କୁ ଉପରାଜ୍ୟପାଳଙ୍କ ମଞ୍ଜୁରୀ ନେବାକୁ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏହି ବିଧେୟକ ବିରୁଦ୍ଧରେ ପୁରା ବିରୋଧୀ ଏକଜୁଟ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ବିଧେୟକକୁ ୨୦୨୪ର ସେମିଫାଇନାଲ ବୋଲି କହିଥିଲେ । ଲୋକସଭାରେ ସରକାରଙ୍କର ବହୁମତ ଥିବାରୁ ଏହି ବିଲ ସହଜରେ ପାସ୍ ହୋଇଯାଇଥିଲା । ରାଜ୍ୟସଭାରେ ଏହି ବିଲ୍ ବିରୁଦ୍ଧରେ ବିରୋଧୀଦଳ ହଙ୍ଗାମା କରିଥିଲେ କିନ୍ତୁ ଗୃହମନ୍ତ୍ରୀ ଏହାକୁ ଉପସ୍ଥାପନ କରିଥିଲେ ଓ ପାସ୍ ବି କରାଇ ନେଇଥିଲେ । ଏବେ ଏହି ବିଧେୟକ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଆଇନରେ ପରିଣତ ହୋଇଛି ।

Get real time updates directly on you device, subscribe now.