fbpx

ଆଜି କେନ୍ଦୁଝର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଦଳୀବାରୀ ଯାଇ ଆଦିବାସୀଙ୍କୁ ଭେଟିବେ

Advertisement

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦୁଝର ଗସ୍ତରେ ଯିବେ । ମହାମହିମ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ କେନ୍ଦୁଝର ଓ ଭୁବନେଶ୍ୱର ଗସ୍ତ କରିବେ ରାଷ୍ଟ୍ରପତି । ପ୍ରଥମେ କେନ୍ଦୁଝର ଗସ୍ତରେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟର ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବେ ।  ଏହା ପରେ କଦଳୀବାରୀ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ଭେଟିବେ । ପରେ ଅପରାହ୍ନରେ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପ୍ରତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭୁବନେଶ୍ୱରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

ସୂଚନା ଅନୁସାରେ ଆଜି ସକାଳ ୯ଟା ୧୫ ମିନିଟରେ ରାଇରଙ୍ଗପୁର ଇରିଗେସନ ଗେଷ୍ଟ ହାଉସରୁ ଦାଣ୍ଡପୋଷ ହେଲିପ୍ୟାଡ ବାହାରିବେ ରାଷ୍ଟ୍ରପତି । ବାୟୁସେନାର ଆଇଏଏମଏଫ ଏମଆଇ-୧୭ ଜରିଆରେ କେନ୍ଦୁଝର ରାଇସୁଆଁ ଅଭିମୁଖେ ଯାତ୍ରା କରିବେ । ପୂର୍ବାହ୍ନ ୧୦ଟା ୫୦ ମିନିଟରେ ରାଇସୁଆଁରେ ପହଞ୍ଚିବା ପରେ ସଡକ ପଥରେ ଗୋନାସିକା ଯିବେ । ଏହାପରେ ମଧ୍ୟାହ୍ନ ୧୨ଟା ୧୦ ମିନିଟରେ କଦଳୀବାରୀ ଗାଁରେ ପହଞ୍ଚି, ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୧ଟା ୪୦ ମିନିଟରେ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବା ସହ କିଛି ସମୟ ବିଶ୍ରାମ ନେବେ । ଅପରାହ୍ନ ୩ଟାରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ସେଠାରେ ହେବାକୁ ଥିବା ଜାତୀୟ ସେମିନାରକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪ଟାରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିବେ । ସନ୍ଧ୍ୟା ସାଢେ ୫ଟାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପହଞ୍ଚି ସମାବର୍ତ୍ତନ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.