fbpx

ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ମହାମହିମ ରାଷ୍ଟ୍ରପତି

Advertisement

ଓଡ଼ିଶା ଭାସ୍କର: ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମାବର୍ତ୍ତନ ସମାରୋହରେ, ରାଜ୍ୟପାଳ ରଘୁବର ଦାସ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ, ଛାତ୍ରଛାତ୍ରୀ ଓ ନିମନ୍ତ୍ରିତ ଅତିଥି ପ୍ରମୁଖ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ୬୬ଜଣଙ୍କୁ ପିଏଚ୍‌ଡି/ଡିଲିଟ୍‌ ଡିଗ୍ରି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ୩ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ସହ ୧୦ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭାବେ ମୁଁ ନିଜକୁ ଗୌରାବାନ୍ଵିତ କରୁଛି। ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ଭାରତରେ ନୁହେଁ। ବିଶ୍ୱରେ ମଧ୍ୟ ସୁନାମ ଆଣିଛନ୍ତି। କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ. ପ୍ରତିଭା ରାୟ, ଭାରତ ସରକାରଙ୍କ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ପ୍ରମୁଖ ଏହି ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ।

ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜାଣି ଖୁସି ଲାଗୁଛି। ଛାତ୍ରୀମାନେ ପୂର୍ବରୁ ପଛରେ ଥିଲେ, ଏବେ ସେମାନେ ଆଗକୁ ବଢୁଛନ୍ତି। ସେମାନେ ଜାଗ୍ରତ ହୋଇଛନ୍ତି। ସେମାନଙ୍କ ପାଖରେ ଥିବା ଶକ୍ତି ବଢ଼ିଛି। ଦେଶକୁ ଆଗେଇ ନେବାରେ ଅର୍ଥାତ ଆର୍ଥିକ, ସାମାଜିକ ଅଗ୍ରଗତି କ୍ଷେତ୍ରରେ ଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ରାଷ୍ଟ୍ରପତି କହିଛନ୍ତି।

ଏଠାରେ କହି ରଖୁ ଯେ, କାର୍ଯ୍ୟକ୍ରମ ଶେଷରେ ମହାମହିମ ରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଛାଡ଼ି ରାଜଭବନ ଅଭିମୁଖେ ଯିବେ।

Get real time updates directly on you device, subscribe now.