fbpx

BJDରେ ଯୋଗ ଦେଲେ ମୟୂରଭଞ୍ଜ ଜିଲ୍ଲା ବିଜେପି ଉପସଭାପତି, ଶତାଧିକ କର୍ମୀଙ୍କ ସହ ସାମିଲ

Advertisement

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବିଜେପି ଉପସଭାପତି ଇଶାନ କୁମାର ମିଶ୍ରଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କ ଉପସ୍ଥିତିରେ ବିଜେଡେି ର ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ଇଶାନ କୁମାରମିଶ୍ର ଓ ସମସ୍ତ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ଲେଙ୍କା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ଲେଙ୍କା କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଇଶାନ କୁମାର ମିଶ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ପୂର୍ବରୁ ମୁଁ ଏହି ଦଳରେ ଥିଲି, କିଛି କାରଣବସତଃ ଦଳ ଛାଡି ଯାଇଥିଲି । ଆଜି ପୁନର୍ବାର ଏହି ଦଳରେ ଯୋଗ ଦେଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲି । ଦଳରେ ମୋତେ ଓ ମୋ ସହ ଆସିଥିବା ସମସ୍ତ କର୍ମୀମାନଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ମୟୂରଭଞ୍ଜ ଜିଲ୍ଲା-୨ ସଭାପତି କାଶୀନାଥ ହେମ୍ବ୍ରମ, ଯୁବ ବିଜେଡି ସଭାପତି ତଥା ରାଇରଙ୍ଗପୁର ମ୍ୟୁନିସିପାଲ୍‌ଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ମୟୁରଭଞ୍ଜ ଜିଲ୍ଲା-୨ମହିଳା ସଭାପତି ତନଜୁ । ମହାନ୍ତ, ସହପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ମିଶ୍ରଣ ପର୍ବରେ ବିଜେପିର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ହରମୋହନ ବେହେରା, ସତ୍ୟବାନ ବାସା, ସୁକଦେବ ସାହୁ, ମଣ୍ଡଳ ଉପବସଭାପତି ସଂଜୟ ବେହେରା, ପୂର୍ବତନ ସମିତିସଭ୍ୟ କଳ୍ପତରୁ ପରମାଣିକ, ସକ୍ରିୟ ସଦସ୍ୟ ଅନଙ୍ଗ ବେହେରା, ମନୋଜ ବାରିକ, ସୁବାସ ମହାନ୍ତି, ଗୁରୁଚରଣ ମହନ୍ତ, ଦେବାନନ୍ଦ ବାରିକ, ପ୍ରମୋଦ ମହାନ୍ତ, ରମାକାନ୍ତ ମହାନ୍ତ, ମାନସ କର ପ୍ରମୁଖଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.