fbpx

ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ହକିରେ ଭାରତର ଦମଦାର ବିଜୟ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ୪୯ କେଜି ବର୍ଗରେ ସେ ସଫଳତା ପାଇଛନ୍ତି । ସେପଟେ ହକିରେ ଭାରତ ନିଜର ଚମକ ଦେଖାଇଛି । ନ୍ୟୁଜଲାଣ୍ଡଙ୍କୁ ୩-୨ରେ ପରାସ୍ତ କରିଛି । ହରମନପ୍ରୀତ୍ ସିଂହଙ୍କ ୨ଟି ଗୋଲ୍ ବଳରେ ଗ୍ରୁପ୍-ଏରେ ପ୍ରଥମ ମ୍ୟାଚ୍ ଜିତିଛି ଭାରତ । ଏଭଳି ସଫଳତା ପାଇଁ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରମୁଖ ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହା ଭାରତ ପାଇଁ ବଡ଼ ଗୌରବ ବିଷୟ ବୋଲି ଉଲ୍ଲେଖ କରିଛନ୍ତି ।

୨୬ ବର୍ଷୀୟା ମୀରାବାଇ ଅଲିମ୍ପିକରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଇତିହାସ ରଚିଛନ୍ତି । ମୀରାବାଇଙ୍କ ପୂର୍ବରୁ ୨୦୦୦ ମସିହା ସିଡନୀ ଅଲିମ୍ପିକରେ କର୍ଣ୍ଣମ ମାଲେଶ୍ୱରୀ ଭାରୋତ୍ତଳନରେ ବ୍ରୋଞ୍ଜ ପଦକ ଜିତିଥିଲେ । ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭରେ ଟୋକିଓରୁ ଭାରତୀୟ କ୍ରୀଡ଼ାବିତ୍ ଆହୁରି ପଦକ ଆଣିବା ନେଇ ବିଭିନ୍ନ ମହଲରେ ଆଶା କରାଯାଉଛି ।

Get real time updates directly on you device, subscribe now.