fbpx

୮ରେ ବାଣୀବିହାର ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ଆସନ୍ତା ୮ ତାରିଖରେ ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ଗସ୍ତରେ ଆସି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲିରେ ରାଷ୍ଟ୍ରପତି ଯୋଗଦେବେ । ଉତ୍ସବରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ତେବେ ୭୫ ବର୍ଷରେ ପଦାର୍ପଣ କରିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଏହି ଅବସରରେ ଗତକାଲିଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଇ-ଲାଇବ୍ରେରୀର ଉଦ୍‌ଘାଟନ ଓ ରୁଷା ଭବନର ଶିଳାନ୍ୟାସ ମଧ୍ୟ ସେ କରିଥିଲେ । ୫ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।  ଗତକାଲି ମୁଖ୍ୟମନ୍ତ୍ରୀ ବାଣୀବିହାରର ଭିତ୍ତିଭୂମି ବିକାଶ ପାଇଁ ଶହେ କୋଟିର ଅନୁଦାନ ଘୋଷଣା କରିଥିଲେ ।

ଆଜି ଏହି କାର୍ଯ୍ୟକ୍ରମର ୨ୟ ଦିବସ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ । ଏହାଛଡା ଉତ୍ କଳ ବିଶ୍ୱବିଦ୍ୟାଳୟରେ ଆଲୁମିନି ଫଣ୍ଡ ଗଠନ କରାଗଲେ ଗୋଟିଏ ବର୍ଷର ଦରମା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୁଳପତି ନମ୍ବର ଦେଲେ ସେ ଟଙ୍କା ପଠାଇଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Get real time updates directly on you device, subscribe now.