ପିଙ୍କ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ

କୋଲକାତା,୨୪ ।୧୧: କୋଲକାତାରେ ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ହରାଇଲା ଭାରତ । ବାଂଲାଦେଶକୁ ଏକ ଇନିଂସ ଓ ୪୬ ରନରେ ହରାଇଲା ଟିମ୍ ଇଣ୍ଡିଆ । ଉମେଶ ଯାଦବଙ୍କ ସର୍ବାଧିକ ୫ ଓ ଇଶାନ୍ତ ଶର୍ମାଙ୍କୁ ୪ଟି ୱିକେଟ ମିଳିଛି । । ଏହା ସହ ଲଗାତର ଭାବେ ୪ଟି ମ୍ୟାଚରେ ଏକ ଇନିଂସରେ ମ୍ୟାଚ ଜିତିବାରେ ବିଶ୍ୱ ରେକର୍ଡ କଲା ଭାରତ ।

Uttarakhand Govt.

ଏଥିସହ ବିରାଟ ବାହିନୀ ପ୍ରଥମ ଦାବିରାତ୍ର ଟେଷ୍ଟରେ ବିଜୟୀ ହୋଇଛି। ଏହା ପୂର୍ବରୁ ଇନ୍ଦୋର ଟେଷ୍ଟରେ ଭାରତ ବାଂଲାଦେଶକୁ ୧୩୦ ରନରେ ପରାସ୍ତ କରି ବିଜୟୀ ହୋଇଥିଲା। ଶେଷରେ ବାଂଲାଦେଶ ବିପକ୍ଷରେ ଭାରତ ଦୁଇଟି ଯାକ ଟେଷ୍ଟ ମ୍ୟାଚକୁ ନିଜ ସପକ୍ଷରେ ଆଣିଛି।

ତେବେ ଶୁକ୍ରବାର ଇଡେନ ଗାର୍ଡେନରେ ଆରମ୍ଭ ହୋଇଥିଲା ଏହି ଟେଷ୍ଟ ମ୍ୟାଚ । ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ମୋଟ୍ ୧୦୬ ରନ କରି ଅଲଆଉଟ୍ ହୋଇଥିଲା। ଏହାପରେ ଭାରତ ୯ ଓ୍ୱିକେଟ ହରାଇ ୩୪୭ ରନ କରିଥିଲା । ପ୍ରଥମ ଇନିଂସରେ ଭାରତ ମୋଟ୍ ୨୪୧ ରନର ଟାର୍ଗେଟ ଦେଇଥିଲା । ଏହାପରେ ଦ୍ୱିତୀୟ ଇନିଂସରେ ମଧ୍ୟ ବାଂଲାଦେଶ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ୧୯୫ରେ ଅଲ ଆଉଟ୍ ହୋଇଥିଲା ।