fbpx

ନୂଆ ଭାରତ ଗଠନ ପାଇଁ ରାଷ୍ଟ୍ରପତିଙ୍କ ଆହ୍ୱାନ

ନୂଆଦିଲ୍ଲୀ, ୩୧ା୧: ଆଜି ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ଉଦବୋଧନରେ ନୂଆ ଭାରତ ଗଠନ ପାଇଁ ଆହ୍ୱାନ କରିଛନ୍ତି । ମହାପୁରୁଷଙ୍କ ସ୍ୱପ୍ନକୁ ପୂରଣ କରିବାକୁ ହେବ ବୋଲି ସେ କହିଛନ୍ତି । ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ପାଇଁ ତିନି ତଲାକ ବିଲ୍ ପାସ୍ ହୋଇଛି । ନୂଆ ଭାରତ ବିକାଶ ଲାଗି ନୂଆ ଅଧ୍ୟାୟ ଲେଖାଯିବ । ନୂଆ ଭାରତ ଗଠନ ଲାଗି ସରକାରଙ୍କୁ ଜନାଦେଶ ମିଳିଛି । ସବୁ କ୍ଷେତ୍ରରେ ପରିବର୍ତ୍ତନ ଲାଗି ମୋ ସରକାର କାମ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଏ ଦଶନ୍ଧିରେ ସମତା ଓ ଅନ୍ତ୍ୟୋଦୟର ସ୍ୱପ୍ନ ପୂରଣ ହେଉ । ଅତ୍ୟାଧୁନିକ ଟେକ୍ନୋଲୋଜିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ୮କୋଟି ଲୋକଙ୍କୁ ଗ୍ୟାସ, ୨କୋଟି ଲୋକଙ୍କୁ ଘର ମିଳିଛି । ୩୮କୋଟିଙ୍କୁ ବ୍ୟାଙ୍କ ଖାତା ଓ ୨୪କୋଟି ଲୋକଙ୍କୁ ବୀମା ମିଳିଛି । ୩୭୦ ଉଚ୍ଛେଦ ପରେ ଜାମ୍ମୁକାଶ୍ମୀର ଓ ଲଦାଖରେ ବିକାଶ ତ୍ୱରାନ୍ୱିତ ହୋଇଛି । ବିରୋଧ ନାଁରେ ହିଂସା ଉଭୟ ଦେଶ ଓ ସମାଜକୁ ଦୁର୍ବଳ କରେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.