fbpx

ଏନକାଉଣ୍ଟରରେ ଟଳିଲେ ତିନି ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୩୧ା୧: ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ଆତଙ୍କବାଦୀ ବିଦେଶୀ ହୋଇଥିବା ଜଣାପଡ଼ିଛି । ଏହାସହ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ବିସ୍ଫୋରକ ଜବତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ସିଆରପିଏଫ କ୍ୟାମ୍ପକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ସେନା ପୋଷାକରେ ନାଗରୋଟା ଏନଏଚରେ ଆତଙ୍କବାଦୀ ହମଲା କରିଥିଲେ । ଆତଙ୍କବାଦୀ ହମଲାରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଟ୍ରକରେ ଲୁଚି ଜମ୍ମୁର ଶ୍ରୀନଗର ଯାଉଥିଲେ ଆତଙ୍କବାଦୀ । ବର୍ତ୍ତମାନ ଅନ୍ୟ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.