fbpx

ତାରାତାରିଣୀ ମନ୍ଦିରରେ ୫-ଟି ସଚିବ ଭି.କେ ପାଣ୍ଡିଆନ

ଗଞ୍ଜାମ, ୩୧ା୧(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ସେଠାରେ ତାରାତାରିଣୀ ମନ୍ଦିର ଯାଇ ଉନ୍ନତିମୂଳକ କାର୍ଯ୍ୟର ସେ ଅନୁଧ୍ୟାନ କରିଛନ୍ତି । ଏହାସହ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସହ ସେ ଆଲୋଚନା ମଧ୍ୟ କରିଛନ୍ତି । ମନ୍ଦିରର ସମସ୍ୟା ବିଷୟରେ ସଚିବଙ୍କୁ ଅବଗତ କରିଛନ୍ତି ପୂଜକ । ଏହାସହ ପାଣ୍ଡିଆନ ହିଞ୍ଜିଳି ବ୍ଲକର ସମସ୍ତ ହାଇସ୍କୁଲ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି । ରାସ୍ତା, ବିଦ୍ୟୁତ, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ସମୀକ୍ଷା ମଧ୍ୟ କରିବେ ।

Get real time updates directly on you device, subscribe now.