fbpx
BSKY
BJD SHG SKY
BJD MC SKY

ପୁଡୁଚେରିରେ ରାଷ୍ଟ୍ରପତି ଶାସନ ଜାରି

ପୁଡୁଚେରି,୨୪ ।୨: ପୁଡୁଚେରିରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି । ବିଗତ ଦିନରେ କଂଗ୍ରେସ ସରକାର କ୍ଷମତା ହରାଇବା ପରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଫ୍ଲୋର ଟେଷ୍ଟରେ ମ୍ୟାଜିକ୍ ନମ୍ବର ହାସଲ ନକରିବାରୁ କଂଗ୍ରେସର ନାରାୟଣସାମିଙ୍କ ସରକାର ଭୁଶୁଡି ପଡିଥିଲା ।

କଂଗ୍ରେସ ସରକାର ଭୁଶୁଡିପଡିବା ପରେ ଆଶା ଥିଲା କି, ବିପକ୍ଷ ଦଳ ନିଜର ଦାବି ରଖିବ । କିନ୍ତୁ ମୁଖ୍ୟ ବିରୋଧୀ ଦଳ AIADMK ସରକାର ଗଠନ କରିବାକୁ ମନା କରିଦେଇଥିଲେ । ଏହା ପରେ କେନ୍ଦ୍ର ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.