fbpx

ବୟସ୍କଙ୍କୁ ଟିକା ପାଇଁ ରାଜ୍ୟର ଗାଇଡଲାଇନ୍, ଜାଣନ୍ତୁ କ’ଣ ?

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ଆସନ୍ତା ମାର୍ଚ୍ଚ ୧ରୁ ସମଗ୍ର ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ନେଇ ଆଜି ଘୋଷଣା ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କଙ୍କୁ ଟିକା ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ବୟସ୍କଙ୍କୁ ଟିକା ଦେବା ନେଇ କ’ଣ ବ୍ୟବସ୍ଥା ରହିବ, ସେନେଇ ଗାଇଡଲାଇନ ପ୍ରସ୍ତୁତ ହୋଇଛି । ବୟସ୍କଙ୍କୁ ଟିକା ନେଇ କେନ୍ଦ୍ରର ଚିଠି ପରେ ରାଜ୍ୟର ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର ।

ରାଜ୍ୟ ଗାଇଡଲାଇନ୍ ମୁତାବକ, ରବିବାର ବ୍ୟତିତ ସପ୍ତାହକୁ ୫ ଦିନ ଟିକାକରଣ ହେବ । ଜିଲ୍ଲା ହସ୍ପିଟାଲ, ପିଏଚସି ଓ ସିଏଚସିରେ ଟିକାକରଣ ହେବ । ମେଡିକାଲ କଲେଜ ଓ ଅନ୍ୟ ସ୍ୱାସ୍ଥକେନ୍ଦ୍ରରେ ଟିକାକରଣ ହେବ । ପ୍ରତି ବ୍ଲକ ଓ ପୌରାଞ୍ଚଳରେ ୬ରୁ ୭ଟି ଭ୍ୟାକ୍ସିନେସନ ଟିମ୍ ରହିବେ । ଟିକାକରଣ କାର୍ଯ୍ୟରୁ ଏଏନଏମ ନିବୃତ ରହିବେ । ଅନ୍ୟ କାର୍ଯ୍ୟରେ ନିୟୋଜିତ ଥିବାରୁ ଏଏନଏମ ନିବୃତ ରହିବେ । ୨୮ ଫେବ୍ରୁଆରୀ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.