fbpx

ଶେଷ ମ୍ୟାଚ୍ ଭଳି ଖେଳିବୁ: ଶ୍ରେୟସ

କଟକ,୨୧ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ଭାରତୀୟ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ଭାରତୀୟ ଖେଳାଳି ଶ୍ରେୟସ ଆୟାର କହିଛନ୍ତି ଯେ, ଦଳର ଆବଶ୍ୟକତା ଅନୁସାରେ ଖେଳିବାକୁ ପଡେ । ମୁଁ ପରିସ୍ଥିତି ଅନୁସାରେ ଯେକୌଣସି ସ୍ଥାନରେ ଖେଳି ପାରିବି । ମୁଁ ମୋ ଖେଳ ଭଲ ଭାବରେ ଭାଣିଛି, ସେ ଅନୁସାରେ ଖେଳୁଛି । ଆଜିର ମ୍ୟାଚରେ ବି କିଛି ମ୍ୟାଜିକ୍ ଦେଖାଇବୁ । ଏଥିରେ ଦଳଗତ ପ୍ରଦର୍ଶନ ଉପରେ ଦୃଷ୍ଟି ଦିଆଯାଇଛି ।’

ପୂର୍ବ ମ୍ୟାଚ ଭଳି ବାରବାଟୀରେ ଖେଳିବୁ ବୋଲି ଶ୍ରେୟାସ କହିଛନ୍ତି । ମ୍ୟାଚରେ କାକର ପଡିବ । ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ । ଅଭ୍ୟାସ ସମୟରେ ଗ୍ୟାଲେରୀରେ ଏତେ ସଂଖ୍ୟାରେ ଦର୍ଶକଙ୍କୁ ଦେଖି ଖୁସି ଲାଗୁଛି ବୋଲି ଶ୍ରେୟସ କହିଛନ୍ତି ।

ତେବେ ଆସନ୍ତାକାଲି ବାରବାଟିରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ । ତିନି ମ୍ୟାଚର ଶୃଙ୍ଖଳା ଏବେ ୧-୧ରେ ଥିବାରୁ ନିର୍ଣ୍ଣାୟକ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।

Get real time updates directly on you device, subscribe now.