fbpx

ରାଜନୀତିରେ ସ୍ୱଚ୍ଛତା ନାହିଁ, ଏବେ ଯେଉଁ ଭଳି ଶାସନ ଚାଲିଛି ସେଥିରେ ପରିବର୍ତ୍ତନ ଆଣିବା ମୋର ଲକ୍ଷ୍ୟ : ବିଜୟ ପଟ୍ଟନାୟକ

Advertisement

ଭୁବନେଶ୍ୱର:କଂଗ୍ରେସରେ ଯୋଗ ଦେବା ପରେ ଆଜି ଓଡିଶା ଫେରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଜଣେ ପ୍ରଶାସନିକ ଭାବେ ଜୀବିକା ଆରମ୍ଭ କରିଥିବା ବିଜୟ ଦୀର୍ଘ ୪୦ବର୍ଷ ଧରି ପ୍ରଶାସନିକ ସେବା କରିବା ପରେ ପ୍ରଥମଥର ରାଜନୀତିରେ ପାଦ ଦେଇଛନ୍ତି। ଦୀର୍ଘ ଦିନ ଧରି ଶାସକଦଳ ସହିତ କାର୍ଯ୍ୟ କରିଥିବା ବିଜୟ ଆଜି ବିରୋଧୀ ଦଳରେ ଯୋଗ ଦେବା ପରେ ରାଜନୈତିକ ମୈଦାନରେ ଖୁବ ଚର୍ଚ୍ଚା ଜୋରଧରିଛି ।

ତେବେ ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ଭବନରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସେ ଯୋଗ ଦେଇଛନ୍ତି । ତେବେ ରାଜ୍ୟରେ ଗଣତନ୍ତ୍ର ଶାସନ ଚାଲିଛି ନା ଅମଲାତନ୍ତ୍ର ଶାସନ ଚାଲିଛି ବୋଲି ପଚରାଯିବାରୁ ବିଜୟ ଏହି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଯେଉଁ ଠାରେ ସମ୍ବିଧାନର ଚତୁର୍ଥ ସ୍ତମ୍ଭକୁ କିଛି ଅନୁମତି ମିଳୁ ନାହିଁ ଆପଣ ଭଲ ଭାବରେ ଆଜିର ରାଜନୀତିକୁ ବୁଝିପାରୁୁଥିବେ । ଯାହା ସବୁ ହେଉଛି ତାହାକୁ ତୃତୀୟ ମହଲା କଣ୍ଟ୍ରୋଲ କରୁଛି । ଆଉ ସେଠାରେ ପହଞ୍ଚିବା ସାଧାରଣ ଜନତାଙ୍କ ପାଇଁ ବହୁ କଷ୍ଟ ।

ଯେଉଁ ଜନପ୍ରତିନିଧିକୁ ଜନତା ମାନେ ବାଛିଛନ୍ତି ଆଜି ସେହି ନେତା ମାନଙ୍କ ପାଖରେ ହିଁ ସେମାନେ ପହଞ୍ଚିପାରୁ ନାହାନ୍ତି । ତାଙ୍କର ଯେଉଁ ଅସୁବିଧା ଆଉ ସମସ୍ୟା ଅଛି ସେ ସବୁ ମୁଁ ନିଜ ଆଖିରେ ଦେଖିଛି ବାସ ଏବେ ତାଙ୍କର ସମସ୍ୟାକୁ କିପରି ସମାଧାନ କରାଯିବ ତାହା ଉପରେ ମୁଁ କାର୍ଯ୍ୟ କରିବି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଯେଉଁ ସମୟରେ କାର୍ଯ୍ୟ କରୁଥିଲି ସେହି ସମୟର ମୁଖ୍ୟମନ୍ତ୍ରୀ ଆଉ ବର୍ତ୍ତମାନ ସମୟ ଭିତରେ ବହୁ ପରିବର୍ତ୍ତନ ରହିଛି । ଯେଉଁ ଅନୁସାରେ ଏବେ ଶାସନ ଚାଲିଛି ଲେକମାନଙ୍କ ସମସ୍ୟା କମିବା ଦୂର ଏହା ବଢ଼ିବଢ଼ି ଚାଲଛି । ଆଉ ଏହି ସବୁକୁ ରୋକିବା ନିହାତି ଭାବରେ ଆବଶ୍ୟକ ।

କାହିଁକି ସେ ରାଜନୀତିରେ ପାଦ ଦେଲେ ଏହା ପଚାରଯିବାରୁ ସେ ଉତ୍ତରରେ କହିଛନ୍ତି ଯେ ମୁଁ ପ୍ରଶାସନିକ ସେବାରେ ଥିବା ବେଳେ ଲୋକମାନଙ୍କ ସମସ୍ୟା ଦେଖିଛି । ସେତେବେଳେ ମୋ ପାଖରେ ସେମାନଙ୍କ ସମସ୍ୟା ବୁଝିବା ପାଇଁ କିଛି ରାସ୍ତା ନଥିଲା । ଲୋକମାନେ ମୋ ପାଖକୁ ତାଙ୍କ ପିଲାମାନଙ୍କର ଚାକିରୀ କରେଇ ଦେବା ଆଶାରେ ଆସନ୍ତି। ରାଜ୍ୟରେ ବେକାରୀ ସମସ୍ୟା ବଢ଼ିଛୁ, ପିଲାମାନଙ୍କୁ ନିଯୁକ୍ତି ମିଳୁନି । ଯେତେବେଳେ ଏହି ସମସ୍ୟାର ମାତ୍ରା ଅତ୍ୟଧିକ ମାତ୍ରାରେ ବଢ଼ିବାରେ ଲାଗିଲା ଏହାକୁ ଦେଖି ଚୁପ ରହିବା ମୋ ଦ୍ୱାରା ସମ୍ଭବ ହୋଇପାରିଲା ନାହିଁ । ମୁଁ ଏହାକୁ ସହୟ କରିପାରିଲି ନାହିଁ । ତେଣୁ ରାଜନୀତିରେ ଯୋଗ ଦେଲି । କିଭଳି ମୁଁ ଜନତାଙ୍କ ସମସ୍ତ ସମସ୍ୟା ଦୂର କରି ପାରିବି ତାହା ଉପରେ ଚିନ୍ତା କଲି ।

ସୂଚନାମୁତାବକ କଂଗ୍ରେସର ସ୍ଥିତି ଓଡିଶାରେ କିଛି ଖାସ ନାହିଁ । ଏହା ମଧ୍ୟରେ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଛି । ଆଉ ପିସିସି ସଭାପତି ଯେଉଁ ୯ ରୁ ୯୦ ଆସନର ଡାକରା ଦେଇଥିଲେ କଂଗ୍ରେସରେ ବିଜୟଙ୍କ ଯୋଗଦାନ ପରେ ତାହା କିଛି ମାତ୍ରାରେ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଏହା ସହିତ ବିଜୟ ପଟ୍ଟନାୟକ ମଧ୍ୟ କହିଛନ୍ତି ୨୦୨୪ରେ କଂଗ୍ରେସ ସରକାର ଗଢ଼ିବ । ପ୍ରଶାସନିକ ଦକ୍ଷତା ସହିତ ଲୋକମାନଙ୍କ ଅସୁବିଧାକୁ ଏତେ ନିକଟରୁ ଦେଖିଥିବା ବିଜୟ ରାଜନୀତିରେ ପାଦ ଦେଇ କେଉଁ ପରିବର୍ତ୍ତନ ଆଣୁଛନ୍ତି ତାହା ଦେଖିବା ବାକି ରହିଲା । ଏହାସହ ବିଜୟ  କଂଗ୍ରେସ ପାଇଁ ବିଜୟର ସୁତ୍ରଧାର ପାଲଟି ପାରୁଛନ୍ତି କି ନାହିଁ ତାହା ସମୟ କହିବ ।

Get real time updates directly on you device, subscribe now.