fbpx

ମହିଳାଙ୍କ ଠାରୁ ଚପଲରେ ମାଡ଼ ଖାଇବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମନ୍ଦିର ପୁଜାରୀ

ଜୟପୁର: ରାଜସ୍ଥାନର ଅଲୱରରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଅଲୱର ସହରର କଟିଘାଟିରେ ଥିବା ଏକ ମନ୍ଦିରର ପୁଜାରୀକୁ ଜଣେ ମହିଳା ଚପଲରେ ମାରିଥିଲେ ଏବଂ ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ୍ କରିଦେଇଥିଲେ । ତେବେ ଭିଡିଓ ଭାଇରାଲ୍ ପରେ ଲଜ୍ଜା ସହି ନ ପାରି ଉକ୍ତ ପୁଜାରୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଏହି ଖବର ଏବେ ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଆତ୍ମହତ୍ୟା କରିଥିବା ପୁଜାରୀଙ୍କ ନାମ ପଣ୍ଡିତ ପ୍ରକାଶ ହୋଇଥିବା ବେଳେ ତାଙ୍କ ପୁଅ ଯୋଗେଶ ସଦର ଥାନାରେ ଏନେଇ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗ ମୁତାବକ, ଗାଁର କିଛି ଲୋକ ଏବଂ ଚପଲରେ ମାରିଥିବା ମହିଳା ମିଶି ମନ୍ଦିରକୁ ହଡପ କରିବାକୁ ଚେଷ୍ଟା ଚଳାଇଛନ୍ତି । ତେଣୁ ଏହି ବିଷୟକୁ ନେଇ ମହିଳା ଜଣକ ଚପଲରେ ମାରିଥିଲେ ଏବଂ ଜାଣିଶୁଣି ଭିଡିଓକୁ ଭାଇରାଲ୍ ମଧ୍ୟ କରିଥିଲେ ।

ଗୁରୁବାର ଦିନ ଉକ୍ତ ମହିଳାଜଣକ ମନ୍ଦିରରେ ତିନି ଚାରି ଜଣ ଲୋକଙ୍କୁ ଧରି ପହଞ୍ଚିଥିଲେ । ଆଉ ପଣ୍ଡିତ ପ୍ରକାଶଙ୍କ ବିରୋଧରେ ଆରୋପ ଆଣିଥିଲେ ଯେ, ସେ ମଦ ପିଇ ତାଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି । ଏହା ଭିତରେ ସେଠାରେ ଗାଁର ସବୁ ଲୋକ ଆସିପହଞ୍ଚିଥିଲେ । ଆଉ ସମସ୍ତଙ୍କ ଆଗରେ ପୁଜାରୀଙ୍କୁ ଚପଲରେ ମାରିଥିଲେ ଏବଂ ଭିଡିଓ କରିଥିଲେ । ଆଉ ଘଟଣା ପରଦିନ ଯେତେବେଳେ ପୁଜାରୀ ଜାଣିଲେ ଯେ, ମାଡ ଖାଇବା ବେଳର ଭିଡିଓ ଭାଇରାଲ୍ ହୋଇଯାଇଛି । ତାପରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହାପରେ ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଥିଲେ । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି ।

Get real time updates directly on you device, subscribe now.