fbpx

ଆଜି ମୁମ୍ବାଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ଅନନ୍ତ- ରାଧିକାଙ୍କ ରିସେପସନରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଗସ୍ତ କରିବେ । ଏହି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିବା ସହ ଭୂମିପୂଜନ କରିବେ । ଏହା ବ୍ୟତୀତ ଅନନ୍ତ- ରାଧିକାଙ୍କ ରିସେପସନରେ ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ । ଏକ ବିଜ୍ଞପ୍ତିରୁ ପ୍ରକାଶ ମୋଦୀ ଆଜି ସଂଧ୍ୟା ୫ଟା ୧୫ରେ ମୁମ୍ବାଇ ଏୟାରପୋର୍ଟ ପହଂଚିବେ । ଏହା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏଥିମଧ୍ୟରେ ରାତି ୮ଟାରୁ ୯ଟା ସମୟ ତାଙ୍କ ପାଇଁ ରିଜର୍ଭଡ୍ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ କାର୍ଯ୍ୟକାଳ ପରେ ସେ ପ୍ରଥମ ଥର ପାଇଁ ମୁମ୍ବାଇ ଗସ୍ତ କରିବେ । ଆଜି ପ୍ରଧାନମନ୍ତ୍ରୀ ସଡ଼କ, ରେଳ ଏବଂ ବନ୍ଦର ସହ ଜଡ଼ିତ ବିଭିନ୍ନ ମହତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ସହ ଭୂମିପୂଜନ କରିବେ । ଏହି ସବୁ ପ୍ରକଳ୍ପର ମୋଟ୍ ମୂଲ୍ୟ ପ୍ରୟ ୨୯, ୪୦୦ କୋଟି ଟଙ୍କା ହେବ । ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ ୧୬, ୬୦୦ କୋଟି ଟଙ୍କାର ଥାନେ- ବୋରିୱଲି ଟନଲ ପ୍ରକଳ୍ପ, ଦକ୍ଷିଣ ମୁମ୍ବାଇରେ ଅରେଞ୍ଜ୍ ଗେଟରୁ ଗ୍ରଣ୍ଟରୋଡ୍ ପର୍ଯ୍ୟନ୍ତ ଏଲିଭେଟେଡ୍ ରୋଡ଼ ପ୍ରକଳ୍ପ(ମୂଲ୍ୟ ୧୧୭୦ କୋଟି ଟଙ୍କା )ର ଭୂମିପୂଜନ ମଧ୍ୟ ସାମିଲ ଅଛି । ଗୋରେଗାଓଁ- ମୁଲୁଣ୍ଡ୍ ଲିଙ୍କ୍ ରୋଡ୍ ପାଇଁ ୬୩୦୦ କୋଟି ଟଙ୍କାର ଟନଲ ଶିଳାନ୍ୟାସ କରିବେ ଯାହାର ମୂଲ୍ୟ ୮୪୦୦ କୋଟି ଟଙ୍କା ଅଟେ । ଅପରପକ୍ଷଷର ଏହି ସବୁ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ସମୟ ରିଜର୍ଭଡ୍ ରଖାଯାଇଛି । ଏହି ସମୟରେ ମୋଦୀ ଅନନ୍ତ- ରାଧିକାଙ୍କ ରିସେପସନକୁ ଯିବାର ସମ୍ଭାବନା ରହିଛି । କହିରଖୁଛୁ ଜୁଲାଇ ୧୨ରେ ଅନନ୍ତ- ରାଧିକାଙ୍କ ବିବାହ ଉତ୍ସବ ଧୁମଧାମରେ ପାଳନ ହୋଇଥିଲା । ଏହି ଅବସରରେ ଅମ୍ବାନୀ ପରିବାରଙ୍କ ସମେତ କ୍ରୀଡ଼ା, ବଲିଉଡ଼ ଓ ବିଜନେସ୍ ଦୁନିଆରୁ ଅନେକ ବଡ଼ ବଡ଼ ସେଲିବ୍ରିଟି ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବା ପାଇଁ ସାମିଲ ହୋଇଥିଲେ ।

 

Get real time updates directly on you device, subscribe now.