fbpx
BSKY SKY
BSKY SKY

ପ୍ରଧାନମନ୍ତ୍ରୀ ମା’ଙ୍କ ପରଲୋକ, ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନରେନ୍ଦ୍ର ମୋଦୀ

BSKY

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହେରାବେନଙ୍କ ଦେହାନ୍ତ ହୋଇଛି । ସୂଚନା ଅନୁସାରେ, ହୀରାବେନ ମୋଦୀ ଶୁକ୍ରବାର ଦିନ ୩.୩୦ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୦୦ବର୍ଷରେ ପ୍ରାଣ ହରାଇଛନ୍ତି ହୀରାବେନ । ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ।ବୁଧବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଯୋଗୁଁ ସକାଳେ ତାଙ୍କୁ ଅହମ୍ମଦାବାଦସ୍ଥିତ ‘ୟୁଏନ୍ ମେହେଟା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଭର୍ତ୍ତି କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ ବାହାରିଛନ୍ତି, ସେ ସକାଳ ୭.୩୦ରେ ସେଠାରେ ପହଞ୍ଚିବେ।

ପିଏମ ମୋଦୀ ତାଙ୍କ ମା’ଙ୍କ ମୃତ୍ୟୁ ବିଷୟରେ ଟୁଇଟ୍ କରି କହିଛନ୍ତି, ‘ଭଗବାନଙ୍କ ପାଦତଳେ ଏକ ଗୌରବମୟ ଶତାବ୍ଦୀର ସମାପ୍ତି … ମା’ରେ ମୁଁ ସର୍ବଦା ଅନୁଭବ କରିଆସୁଛି, ଯେଉଁଥିରେ ଏକ ତତ୍ପରତା, ଏକ ନିଃସ୍ୱାର୍ଥପର କର୍ମ ଯୋଗର ପ୍ରତୀକ ଏବଂ ମୂଲ୍ୟବୋଧ ପାଇଁ ଏକ ଜୀବନ । ଯେତେବେଳେ ମୁଁ ତାଙ୍କ ୧୦୦ତମ ଜନ୍ମଦିନରେ ତାଙ୍କୁ ଭେଟିଥିଲି, ସେ ଗୋଟିଏ କଥା କହିଥିଲେ, ଯାହା ସର୍ବଦା ମନେ ରହିଥାଏ ଯେ ‘ଜ୍ଞାନ ସହିତ କାମ କର, ଶୁଦ୍ଧତା ସହିତ ବଞ୍ଚ’ ଅର୍ଥ ଜ୍ଞାନ ସହିତ କାମ କରିବା ଏବଂ ଶୁଦ୍ଧତା ସହିତ ଜୀବନ ବଞ୍ଚିବା । ‘

un hospital letter

ହୀରାବେନ ଗାନ୍ଧିନଗର ସହର ନିକଟ ରାଇସାନ ଗ୍ରାମରେ ପିଏମ ମୋଦୀଙ୍କ ସାନଭାଇ ପଙ୍କଜ ମୋଦୀଙ୍କ ସହ ରହୁଥିଲେ। ପ୍ରଧାନମନ୍ତ୍ରୀ ସେଠାକୁ ନିୟମିତ ଯାଇ ତାଙ୍କ ଗସ୍ତ ମଧ୍ୟରେ ତାଙ୍କ ମା’ଙ୍କୁ ଭେଟିଥିଲେ। ଗୁରୁବାର ଦିନ ଡାକ୍ତରଖାନା ଏକ ବିବୃତ୍ତି ଜାରି କରି କହିଥିଲା ଯେ, ହୀରାବେନ ମୋଦୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।

ସୋମାଭାଇ ମୋଦୀ କହିଥିଲେ, ‘ତାଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି। ସେ ଆଜି ବହୁତ ଭଲ, ସେ ତାଙ୍କର ବାହୁ ଏବଂ ଗୋଡ଼କୁ ଚଳପ୍ରଚଳ କରୁଛନ୍ତି । ଏଥିସହ ଡାକ୍ତରଖାନାରେ ପହଞ୍ଚିଥିବା ଭେଟେରାନ ବିଜେପି ନେତାମାନଙ୍କୁ ଡାକ୍ତର କହିଥିଲେ ଯେ, ତାଙ୍କୁ ଗୋଟିଏ ରୁ ଦୁଇ ଦିନ ମଧ୍ୟରେ ଡିସଚାର୍ଜ କରାଯିବ।ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଦିଲ୍ଲୀରୁ ଅହମ୍ମଦାବାଦରେ ପହଞ୍ଚି ଥିଲେ ଏବଂ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝାବୁଝି କରିଥିଲେ । ସେ ସେହିଦିନ ଏକ ଘଣ୍ଟାରୁ ଅଧିକ ସମୟ ହସ୍ପିଟାଲରେ ରହିଥିଲେ ଏବଂ ସିଭିଲ ହସ୍ପିଟାଲର ଡାକ୍ତରଙ୍କ ସହ ମଧ୍ୟ କଥା ହୋଇଥିଲେ ।

Get real time updates directly on you device, subscribe now.